ବାରବାଟୀ ଟି-୨୦ : ହାରିଲା ଭାରତ, ୪ ୱିକେଟ୍ରେ ଜିତିଲା ଦକ୍ଷିଣ ଆଫ୍ରିକା
କଟକ : ପ୍ରଥମ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା ଭାରତୀୟ ବ୍ୟାଟସମ୍ୟାନଙ୍କ ଜଲୱା ବାରବାଟୀରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଦେଖିବାକୁ ମିଳିନାହିଁ । ଦକ୍ଷିଣ ଆଫ୍ରିକା ବୋଲରଙ୍କ ମାପୁଚପ ବୋଲିଂ ଯୋଗୁଁ ଭାରତ ବଡ ସ୍କୋର କରି ପାରିନାହିଁ । ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ଭାରତ ୧୪୮ ରନ କରିଛି । ଦଳ ପକ୍ଷରୁ ଶ୍ରେୟସ ଆୟର ୪୦ ରନ ଏବଂ ଇଶାନ କିଷନ ୩୪ ରନ କରିଥିବା ବେଳେ ଦିନେଶ କାର୍ତିକ ଅପରାଜିତ ୩୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୪୮ ରନ ଭିତରେ ଦକ୍ଷିଣ ଆଫ୍ରିକାକୁ ସୀମିତ ରଖିବାକୁ ପଡିବ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା । ଋତୁରାଜ ଗାଏକୱାଡ(୧) ବିଦାୟ ନେଇଥିଲେ । ଇଶାନ କିଷନ ଏବଂ ଶ୍ରେୟସ ଆୟର ଦ୍ୱିତୀୟ ୱିକେଟରେ ୪୫ ରନ ଯୋଡିଥିଲେ । ଭଲ ବ୍ୟାଟିଂ କରୁଥିବା ଇଶାନ କିଷନ ୨୧ ବଲରୁ ୨ ଚୌକା ଏବଂ ୩ ଛକା ସହ ୩୪ ରନ କରିଥିଲେ । ହେଲେ ଅଧିନାୟକ ଋଷଭ ପନ୍ତ(୫) ଆଉଟ୍ ହେବା ଭାରତକୁ ବଡ ଝଟକା ଲାଗିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା(୯) ମଧ୍ୟ ଅଧିକ ସମୟ ତିଷ୍ଠି ପାରିନଥିଲେ । କ୍ରିଜରେ ସେଟ୍ ଥିବା ଶ୍ରେୟସ ଆୟର ୪୦ ରନର ଉଲ୍ଲେଖନୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ । ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୯୮ ରନରେ ଅଧା ବ୍ୟାଟସମ୍ୟାନଙ୍କୁ ହରାଇଥିଲା । ଅକ୍ଷର ପଟେଲ୍ ୧୦ ରନ କରି ବିଦାୟ ନେଇଥିଲେ । ତେବେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ଭାରତୀୟ ବ୍ୟାଟସମ୍ୟାନ ବଡ ସଟ୍ ଖେଳିବାରେ ବିଫଳ ହୋଇଥିଲେ । ବିଶେଷ କରି ମଧ୍ୟ ଭାଗରେ ଭାରତର ରନ ଗତି ଧିମେଇ ଯାଇଥିଲା । ଶେଷ ଆଡକୁ ଦିନେଶ କାର୍ତିକ ବିସ୍ଫୋରଣ ବ୍ୟାଟିଂ କରିଥିଲେ । ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ କରି ପାରିଛି । ଶେଷ ଓଭରରେ ୧୮ ରନ ହେବାର ଭାରତ ଏହି ସ୍କୋରରେ ପହଂଚି ପାରିଛି । କାର୍ତିକ ୨୧ ବଲରୁ ୨ ଚୌକା ଏବଂ ୨ ଛକା ସହ ୩୦ ରନର ଅପରାଜିତ ଇନିଂସ ଖେଳିଛନ୍ତି । ହର୍ଷଲ ପଟେଲ୍ ୧୨ ରନ କରି ଅପରାଜିତ ଥିଲେ ।
ଦକ୍ଷିଣ ଆଫ୍ରିକା ୧୪୯ ରନ୍ର ବିଜୟ ଲକ୍ଷ୍ୟକୁ ୫ଟି ୱିକେଟ ହରାଇ ୧୮.୨ ଓଭରରେ ପୂରା କରିଛି। ଦକ୍ଷିଣ ଆଫ୍ରିକାର ବିଜୟରେ ହେନ୍ରିଚ୍ କାଲସେନ ହିରୋ ସାଜିଥିଲେ। ସେ ୪୬ଟି ବଲ୍ ସାମ୍ନା କିର ୭ଟି ଚୌକା ଓ ୫ଟି ଛକା ବଳରେ ୮୧ ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ଦକ୍ଷିଣ ଆଫ୍ରିକା ଚଳିତ ଟି-୨୦ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି। ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବଭୂମା ୩୫ ରନ୍, ରିଜା ହେଣ୍ଡରିକ୍ ୪ ରନ୍, ଡ୍ବାଇନ୍ ପ୍ରିଟୋରିୟସ ୪ ରନ୍, ଭାନ୍ ଡେର ଦୁସାନ ୧ ରନ୍, ଡେଭିଡ ମିଲର ଅପରାଜିତ ୨୦ ରନ୍, ୱେନ ପର୍ନେଲ ୧ ରନ୍ କରିଥିଲେ। ଭାରତ ପାଇଁ ଭୁବନେଶ୍ବର କୁମାର ୪ଟି ୱିକେଟ ନେଇଥିଲା ବେଳେ ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା। ଭାରତ ପରାସ୍ତ ହୋଇଥିଲେ ବି ବାରବାଟୀ ଷ୍ଟାଡିୟମ୍ରେ ଭୁବନେଶ୍ବର କୁମାର ପ୍ରଶଂସନୀୟ ବୋଲିଂ କରିଥିଲେ। ଭୁବନେଶ୍ବର କୁମାର ୪ ଓଭର ବୋଲିଂ କରିଥିଲେ। ସେ ମାତ୍ର ୧୩ ରନ ଖର୍ଚ୍ଚ କରିଥିଲେ। ଏଥିରେ କମ ସମୟ ମଧ୍ୟରେ ୩ଟି ୱିକେଟ ସାମିଲ ଥିଲା, ଯାହା ଦ୍ବାରା କି ସେ ଦର୍ଶକଙ୍କର ହୃଦୟ ଜିତିଛନ୍ତି। ତାଙ୍କର ପାଖରେ ଥିବା ଅଭିଜ୍ଞତାକୁ ଆଜି ବାରବାଟୀରେ ପ୍ରମାଣିତ କରିଛନ୍ତି। ଭୁବନେଶ୍ବର କୁମାର ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟର ରିଜା ହେଣ୍ଡରିକ୍ସଙ୍କୁ ୪ ରନ୍ରେ ଆଉଟ କରିଥିଲେ। ରିଜା ୪ ରନ୍ ସଂଗ୍ରହ କରି ଭୁବନେଶ୍ବରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଯାଇଥିଲେ। ପ୍ରିଟୋରିୟସଙ୍କୁ ଆଉଟ୍ କରି ୨ୟ ସଫଳତା ଆଣିଥିଲେ। ଭାନ୍ ଡେର ଦୁସାନଙ୍କୁ ଭୁବନେଶ୍ବର କୁମାର ୧ ରନ୍ରେ ବୋଲ୍ଡ କରିଥିଲେ।
