ବାରବାଟୀ ଟି-୨୦: ଆଜିଠୁ କାଉଣ୍ଟରରେ ମିଳିବ ଅଫ୍ଲାଇନ ଟିକେଟ୍, ସକାଳ ୯ଟାରୁ ହେବ ଆରମ୍ଭ
ଟିକେଟ କିଣା ସମୟରେ ଜଗିବେ ୧୦ ପ୍ଲାଟୁନ ଫୋର୍ସ : ଡିସିପି
କଟକ: ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆଜି ଠାରୁ ହେବ ଟିକେଟ ବିକ୍ରି । ସକାଳ ୯ଟାରୁ ଟିକେଟ ବିକ୍ରି ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) । ସର୍ବସାଧରଣଙ୍କ ପାଇଁ ପ୍ରାୟ ୧୨ ହଜାର ଟିକେଟ ବିକ୍ରି ହେବ । ଷ୍ଟାଡିୟମ ପରିସରରେ ଥିବା ଟିକେଟ କାଉଣ୍ଟର ଏହି ଟିକେଟ ବିକ୍ରି କରାଯିବ । ବାରବାଟୀ ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଫଳରେ କାଉଣ୍ଟର ବାହାରେ ଟିକେଟ କିଣିବାକୁ ଦର୍ଶକଙ୍କ ପ୍ରବଳ ଭିଡ ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ସେପଟେ ଭିଡ଼କୁ ଆଖି ଆଗରେ ରଖି ଦେଖି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଯାଇଛି କମିଶନରେଟ ପୋଲିସ । ତେବେ ଟିକେଟ ବିକ୍ରି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ନିଜ ପ୍ରସ୍ତୁତି ଶେଷ କରିସାରିଛି କମିଶନରେଟ୍ ପୋଲିସ । ଟିକେଟ ବିକ୍ରି ସମୟରେ ଷ୍ଟାଡିୟମ ପରିସରରେ ପ୍ରାୟ ୧୦ ପ୍ଲାଟୁନ ଫୋର୍ସଙ୍କୁ ନିୟୋଜିତ କରାଯିବ । ବିଶେଷ କରି ଶୃଙ୍ଖଳିତ ଟିକେଟ ବିକ୍ରି ପୋଲିସର ମୁଖ୍ୟ ଲକ୍ଷ୍ୟ ଥିବା ବେଳେ ଟିକେଟ କଳାବଜାରୀ ଓ ଜାଲିଆତି ଯେପରି ହୁଏ, ସେଥିପ୍ରତି ମଧ୍ୟ ପୋଲିସ ଦୃଷ୍ଟି ଦିଆଯିବ । ସୂଚନା ଯେ, ଆସନ୍ତା ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍ ଖେଳାଯିବା ନେଇ ସୂଚୀ ରହିଛି ।
