ଆଇପିଏଲ୍-୨୦୨୧ ଏଲିମିନେଟର : କୋଲକାତାକୁ ୧୩୯ ରନ୍ର ବିଜୟ ଲକ୍ଷ୍ୟ ଦେଲା ବାଙ୍ଗାଲୋର
ସାର୍ଜା : ଆଇପିଏଲ୍-୨୦୨୧ର ପ୍ଲେ ଅଫ୍ ପର୍ଯ୍ୟାୟର ଏଲିମିନେଟର ମୁକାବିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମଧ୍ୟରେ ହୋଇଛି। ସାର୍ଜା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ କୋହଲି ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କୋଲକାତା ଟିମ୍ କୋହଲିଙ୍କ ଟିମ୍କୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନାହିଁ। ବାଙ୍ଗାଲୋର ୨୦ ଓଭରରେ ୭ଟି ଓ୍ଵିକେଟ ହରାଇ ୧୩୮ ରନ୍ ସଂଗ୍ରହ କରିଛି। ଫଳରେ କୋଲାକାତା ନାଇଟ ରାଇଡର୍ସକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୩୯ ରନ୍ ବିଜୟ ଲକ୍ଷ୍ୟ ମିଳିଛି।
ପ୍ରଥମରୁ ଜବରଦସ୍ତ ଆରମ୍ଭ କରିଥିଲେ ବି ମିଡିଲ୍ ଅର୍ଡର ଖରାପ ପ୍ରଦର୍ଶନ ଯୋଗୁଁ ବଡ ସ୍କୋର କରିବାରେ ସକ୍ଷମ ହୋଇନାହିଁ ଆର୍ସିବି । ଦଳ ପକ୍ଷରୁ ଓପନର ଦେବଦତ୍ତ ପାଡିକଲ ଏବଂ ଅଧିନାୟକ ବିରାଟ କୋହଲି ଭଲ ଆରମ୍ଭ କରିଥିଲେ ସୁଦ୍ଧା ଦଳ ବଡ ସ୍କୋର କରିପାରିନାହିଁ । ପାଡିକଲ ବ୍ୟକ୍ତିଗତ ଭାବେ ୨୧ ରନ କରି ଆଉଟ ହୋଇଥିବା ବେଳେ କୋହଲି ୩୯ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଶ୍ରୀକର ଭରତ ୯ରନ, ଗ୍ଲେନ୍ ମ୍ୟାକ୍ସଓ୍ବେଲ ୧୫, ଏବି ଡି ଭିଲିୟର୍ସ ୧୧, ସେହବାଜ ଅହମ୍ମଦ ୧୩ ରନ କରି ଆଉଟ ହୋଇଛନ୍ତି । ଡାଦ୍ କ୍ରିଷ୍ଟିଆନ୍ ୯ରନ କରି ଆଉଟ ହୋଇଛନ୍ତି । ହର୍ଷଲ ପଟେଲ ୮ ଏବଂ ଜର୍ଜ ଗାର୍ଟନ୍ ୦ ରନ କରି ଅପରାଜିତ ଅଛନ୍ତି। କୋଲକାତା ନାଇଟ ରାଇଡର୍ସର ବୋଲର ମାନେ ଦମଦାର ବୋଲିଂ କରିଛନ୍ତି । ସୁନୀଲ ନାରିନ୍ ବାଙ୍ଗଲୋରର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ସେ ୪ ଓଭର ବୋଲିଂ କରି ମାତ୍ର ୨୧ ରନ ଦେଇ ୪ଟି ଓ୍ବିକେଟ ନେଇଥିବା ବେଳେ, ଲୋକି ଫର୍ଗ୍ୟୁସନ୍ ୪ ଓଭରରେ ୩୦ ରନ ୨ ଓ୍ବିକେଟ, ସାକିବଲ ହାସନ୍ ୪ ଓଭରରେ ୨୪ ରନ, ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୦ ରନ ଏବଂ ଶିବମ ମାଭି ୪ ଓଭରରେ ୩୬ ରନ ଦେଇଛନ୍ତି ।
