ବନ୍ଦେ ଉତ୍କଳ ଜନନୀ ରଚୟିତା କାନ୍ତକବି ଲକ୍ଷ୍ମୀ କାନ୍ତ ମହାପାତ୍ରଙ୍କ ସମାଧି ପୀଠ ପରିଦର୍ଶନ
ତିହିଡ଼ି : ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅନ୍ତର୍ଗତ ତାଳପଦା ସ୍ଥିତ ବନ୍ଦେ ଉତ୍କଳ ଜନନୀ ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମସ୍ଥାନ ଓ ସମାଧି ପୀଠ ପରିଦର୍ଶନ କରିଛନ୍ତି । ଏଥିରେ ଧାମନଗର ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ,ନାତି ବାଣିକଲ୍ୟଣ ମହାପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ତଥା ସମିତି ସଭ୍ୟ ଚିନ୍ତାମଣି ଦାସ,ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା,ସେକ ଜାଫର ଅଲ୍ଲୀ,ଓ ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଦାରପୁର କବିବର ରାଧାନାଥ ସ୍ମୃତି ସଂସଦ କାର୍ଯ୍ୟକାରୀ କମିଟିର କେତେକ ସଦସ୍ୟ ଆଜି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମସ୍ଥାନ ଓ ସମାଧିସ୍ଥଳକୁ ଦର୍ଶନ କରିବାର ନିଜକୁ ସୌଭାଗ୍ଯ ଲାଭ କରିଥିଲେ । ସଂସଦର ଉପସଭାପତି ସଂକର୍ଷଣ ନାୟକ,କାର୍ଯ୍ୟକାରୀ କମିଟିର କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ପାଢୀ ଓ କାର୍ତିକଚନ୍ଦ୍ର ସିଂହ,ସଂପାଦକ ଶୁଭେନ୍ଦୁ କୁମାର ରାୟ ଯୁଗ୍ମସଂପାଦକ ବିଶ୍ୱନାଥ ଘୋଷ,ସହ ସଂପାଦକ ଗୌରାଙ୍ଗ ମହାପାତ୍ର,କୋଷାଧ୍ୟକ୍ଷ ପ୍ରଭାତ କୁମାର ପାକଳ,କମିଟିର ଉପଦେଷ୍ଟା ବିଶ୍ୱମ୍ବର ଆଚାର୍ଯ୍ଯ ଓ ମୃତ୍ୟୁଞୟ ମହାପାତ୍ର ପ୍ରମୁଖ କାନ୍ତକବିଙ୍କ ଜନ୍ମପୀଠକୁ ପରିଦର୍ଶନରେ ଯାଇଥିଲେ ।
