ବାଲିଆପାଳ ସାରସ୍ୱତ ସହର ଅଭିଯାନ କମିଟିର ପଥ ପ୍ରାନ୍ତ ସଭା
ବାଲିଆପାଳ : ଗ୍ରାମାଞ୍ଚଳର ଯେଉଁ ପ୍ରତିଭା ଗୁଡ଼ିକ ବଣ ମାଳତୀ ପରି ବଣରେ ଝଡ଼ି ଯାଉଛନ୍ତି ସେହି ପ୍ରତିଭା ଗୁଡ଼ିକ ଆଗକୁ ଗଲେ ସାହିତ୍ୟର ମର୍ଯ୍ୟାଦା ବଢ଼ିବ ବୋଲି ରବିବାର ବାଲିଆପାଳ ବ୍ଲକ କୁଣ୍ଡୁଳୀ ହାଟ ଠାରେ ବାଲିଆପାଳ ସାରସ୍ୱତ ସହର ଅଭିଯାନ କମିଟି ପକ୍ଷରୁ ଆୟୋଜିତ ପଥ ପ୍ରାନ୍ତ ସଭାରେ ଅତିଥିମାନେ ଉପରୋକ୍ତ ମତ ବ୍ୟକ୍ତ କରିଛନ୍ତି ।
କମିଟିର ସଭାପତି ଶିକ୍ଷାବିତ୍ ସୁବାସ ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ କମିଟିର ଆବାହକ ଅଧ୍ୟାପକ ଡ. ସୁକାନ୍ତ ଗିରି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଗୋପାଳ କୃଷ୍ଣ ବିଶ୍ୱାଳ ବିବରଣୀ ପାଠ, ଯୁଗ୍ମ ସମ୍ପାଦକ ଭୀଷ୍ମ ଚରଣ ମଲ୍ଲିକ ମଞ୍ଚ ଆହ୍ୱାନ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ତରଣୀ ସେନ ଜେନା, ଅଭିନନ୍ଦନ ପତ୍ରିକାର ସମ୍ପାଦକ ଇଂ. ଜଗଦୀଶ ମିଶ୍ର, ଭାଜପା ନେତା ମହେଶ୍ୱର ଜେନା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବନମାଳି ସାହୁ, ବାଦୀପାଲା ଗାୟକ ରାମ ହରି ଜେନା, ଓଡ଼ିଶା ପ୍ରାଇଡ଼୍ ସଭାପତି ମାନସ ଦାସ, ଦଳିତ ନେତା ସଦାଶିବ ସେଠୀ, ଗଣ କବି ହରେକୃଷ୍ଣ ମଲ୍ଲିକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ୟଙ୍ଗକାର ମନ୍ମଥ କୁମାର ମଣ୍ଡଳ, ଯୁଗଳ କିଶୋର ପାତ୍ର, ରଞ୍ଜନ କୁମାର ସାହୁ, ଗୀତିକାର ରାମ କୃଷ୍ଣ ଦାସ ଅଧିକାରୀ, ଯବନ କବି ସେକ ନିମାଜୀ, ଖବରଦାତା ରବିରଞ୍ଜନ ତ୍ରିପାଠୀ, ଖବରଦାତ୍ରୀ ପ୍ରତିମା ଜେନା ପ୍ରମୁଖ ଗ୍ରାମାଞ୍ଚଳରେ ବଣ ମଲ୍ଲି ସଦୃଶ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । କୌଶଲ୍ୟା ପଟ୍ଟାୟତ, ସନ୍ଧ୍ୟା ରାଣୀ ମଲ୍ଲିକ, ବିଷ୍ଣୁ ପ୍ରିୟା ମହାପାତ୍ର ପ୍ରମୁଖ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।ସଭା ସ୍ଥଳରେ ଶତାଧିକ ଗ୍ରାମ ବାସୀ ଉପସ୍ଥିତ ଥିଲେ । ଯୁଗ୍ମ ସମ୍ପାଦକ ଭୀଷ୍ମ ଚରଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
