ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ପକ୍ଷରୁ ବାଲିଆପାଳରେ ସଚେତନତା କର୍ମଶାଳା
ବାଲିଆପାଳ : ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ବାଲିଆପାଳ ଶାଖା ପକ୍ଷରୁ ବିଶ୍ୱାସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଭାଗୃହ ପରିସରରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ବାଲେଶ୍ୱର ଜିଲା ମହିଳା ପରିଚାଳନା ସଭା ନେତ୍ରୀ ସଙ୍ଗୀତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା କର୍ମଶାଳାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକର ଅଧ୍ୟକ୍ଷ ମୀନକେତନ ପଟନାୟକ ଯୋଗଦେଇ ପ୍ରତିଟି ମଣିଷର ଆତ୍ମ ସମ୍ମାନର ମର୍ଯ୍ୟାଦା ରକ୍ଷା କରିବା ସହିତ ଅନାଥ ଅସହାୟ ମହିଳାଙ୍କୁ ନିଶୁଳ୍କ ଆଇନ ସହାୟତା ପ୍ରଦାନ କରିବା ହେଉଛି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ । ସମାଜ ସେବାକୁ ପାଥେୟ କରି ଏହି ସଂଗଠନ ବିଶ୍ୱରେ ବିଭିନ୍ନ ଦେଶର କାର୍ଯ୍ୟ କରୁଥିବା କଥା କହିଥିଲେ । ଅନ୍ୟତମ ଅତିଥି ଭାବେ ଅନ୍ତର୍ଜାତିୟ ମାନବାଧିକାର ରକ୍ଷକ ଅନ୍ତର୍ଜାତୀୟ ପରିଚାଳନା ମୁଖ୍ୟ ସୁବାସିନୀ ବଳ ଯୋଗଦେଇ ସାରା ବିଶ୍ୱରେ ପ୍ରତି ଅସହାୟ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ସେମାନଙ୍କୁ ଉଦ୍ଧାର କରି ଆତ୍ମ ନିର୍ଭରଶୀଳ କରାଯାଉଛି । ଏପରିକି ଯେଉଁ ପୁରୁଷ ମାନେ ମଧ୍ୟ ଆମର ସାହାଯ୍ୟ ଲୋଡିଲେ ନ୍ୟାୟରେ ଆମେ ନିସର୍ତ୍ତ ଭାବେ ସହଯୋଗର ହାତ ବଢ଼ାଇ ଥାଉ ।ଏହି କର୍ମଶାଳାରେ ଖବର ଦାତା ଅଜୟ କୁମାର ସାହୁ, ଦିଲ୍ଲୀପ କୁମାର ଦାସ, ବିରମାଧବ ଦାସ, ହରେକୃଷ୍ଣ ସାମନ୍ତ, ସ୍ନେହଲତା ବେହେରା, ତପସିନୀ କର, ସଞ୍ଜୁବଳା ଦାସ ଅଧିକାରୀ, ସୁଜାତା ମହାନ୍ତି, ରଶ୍ମିତା ମହାନ୍ତି, ନିଳିମା ବିଶ୍ୱାଳ, ବାସନ୍ତୀ ବାରିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମାଜିକ କର୍ମୀ ପ୍ରଭାତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
