ବାଲିଆପାଳ ସାର୍ବଜନୀନ ବାସନ୍ତୀ ପୂଜା ଉଦ୍ଯାପିତ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବସ୍ଷ୍ଟାଣ୍ଡ ସ୍ଥିତ ଦୁର୍ଗା ମଣ୍ଡପରେ ଶୁକ୍ରବାର ବାଲିଆପାଳ ସାର୍ବଜନୀନ ବାସନ୍ତୀ ପୂଜା ମହା ସମାରୋହରେ ଉଦ୍ଯାପିତ ହୋଇଯାଇଛି । ସବୁବର୍ଷ ପରି ଚଳିତ ବର୍ଷ ମା’ ବାସନ୍ତୀଙ୍କ ପୂଜା ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଦଶହରା ପୂଜାର୍ଚ୍ଚନା ଓ ପୂର୍ଣ୍ଣାହୁତି ଏବଂ ଅପରାଜିତା ମାର୍ଜନା ପରେ ଘଟ ବିସର୍ଜନ କରାଯାଇଥିଲା ।
ଚଳିତ ବର୍ଷ ପାଗ ପ୍ରତିକୂଳ ଥିବା ସତ୍ତ୍ୱେ ପୂଜା କାର୍ଯ୍ୟକୁ ପରିଚାଳନା କମିଟିର ସଦସ୍ୟ ମାନେ ବେଶ ଉତ୍ସାହ ସହକାରେ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ପଣ୍ଡିତ କମଳାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପଣ୍ଡିତ ନାରାୟଣ ପଣ୍ଡା,ଜଗନ୍ନାଥ ପଣ୍ଡା, କଟିଛୁଆ ପଣ୍ଡା, ପ୍ରଭାକର ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟରେ ନିୟୁଜିତ ଥିଲେ । ସଞ୍ଜୟ ବାରିକ, ମଧୁସୂଦନ ପ୍ରାମାଣିକ ଏବଂ କମଳାକାନ୍ତ ସାହୁ ପ୍ରମୁଖ ପୂଜା ଦାଇତ୍ୱ ତୁଲାଇଥିବା ବେଳେ ପୁଜା କମିଟର ସଭାପତି ହେମନ୍ତ ଦାସ, ଉପ-ସଭାପତି ଭାସ୍କର ଚନ୍ଦ୍ର ସାହୁ, ସମ୍ପାଦକ ଅଜୟ କୁମାର ସାହୁ,ଅଜିତ ପାତ୍ର, ପ୍ରାଣକୃଷ୍ଣ ସାହୁ, ପ୍ରିୟନାଥ ସେଠି, ପୂର୍ବତନ ଜିଲା ପରିଷଦ ସଦସ୍ୟ ଗିରିଷ ଚନ୍ଦ୍ର ପାତ୍ର, ସାଧୁ ଭୋଳ, ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ, ପ୍ରଫୁଲ ବେହେରା, ରାମଚନ୍ଦ୍ର ବାରିକ ଓ ଅନ୍ୟ ସମସ୍ତ ସଦସ୍ୟମାନଙ୍କ ସହଯୋଗରେ ପୂଜା କାର୍ଯ୍ୟ ଶେଷ ହୋଇଛି ।
