ବାଳଦାଛଚିଣା-ନାଗାପାଟଣା ରାସ୍ତାର ଶିଳାନ୍ୟାସ
ଯାଜପୁର : ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାଳଦାଛଚିଣା-ନାଗାପାଟଣା ରାସ୍ତାର ମଙ୍ଗଳବାର ଶିଳାନ୍ୟାସ ହୋଇଛି । ଯାଜପୁର ଜଳସମ୍ପଦ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ୧କୋଟି ୩୩ଲକ୍ଷ ୬୮ହଜାର ୩୬୮ ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ୫ମି. ଚଉଡ଼ାରେ ରାସ୍ତାଟି ୪୦୬୫ମି. ଲମ୍ବ ପର୍ଯ୍ୟନ୍ତ ନିର୍ମାଣ ହେବ । ମୁଖ୍ୟ ଅତିଥିଭାବେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ ଏହି ରାସ୍ତାର ନଡ଼ିଆ ବାଡ଼େଇ ରାସ୍ତା ନିର୍ମାଣର ଶିଳାନ୍ୟାସ କରିଥିଲେ । ଏହି ପରିପ୍ରେକ୍ଷୀରେ ଛଚିଣା ପ୍ରଧାନସାହି ବାବା ଚନ୍ଦନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ବିଜେଡ଼ି ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ଏହି ରାସ୍ତା ନିର୍ମାଣ ଫଳରେ ପ୍ରାୟ ୬ ଗୋଟି ପଞ୍ଚାୟତର ୫୦ହଜାର ଜନସାଧାରଣ ସେମାନଙ୍କ ଗମନାଗମନ ପାଇଁ ଏହି ରାସ୍ତାକୁ ବ୍ୟବହାର କରିବେ ବୋଲି ମତ ରଖିବା ସହିତ ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ସହଯୋଗ କରିବାକୁ ଉପସ୍ଥିତ ଗ୍ରାମବାସୀମାନଙ୍କୁ ଆହ୍ୱାନ କରିଥିଲେ । ସମ୍ମାନୀତ ଅତିଥିଭାବେ ବ୍ଲକ୍ ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ବ୍ଲକ୍ ବିଜେଡ଼ି ସଭାପତି ଅଜୟ କୁମାର ମହାନ୍ତି, ବରିଷ୍ଠ ନେତା ମନୋଜ ରାଉତ, ଛଚିଣା ସରପଞ୍ଚ ହିମାଂଶୁ ମହାନ୍ତି, ସମିତି ସଭ୍ୟ ସତ୍ୟପ୍ରସନ୍ନ ମହାପାତ୍ର, କନିକାପଡ଼ା ସରପଞ୍ଚ ପ୍ରଦୀପ ଜେନା, ଗୋପାଳପୁର ସରପଞ୍ଚ ସେକ୍ ନାଦର, ଦଶରଥପୁର ସମିତି ସଭ୍ୟ ପ୍ରଶାନ୍ତ କୁମାର ମଲ୍ଲିକ, ସରପଞ୍ଚଙ୍କ ପ୍ରତିନିଧି ଧର୍ମରାଜ ଧୀର, ଜୟନ୍ତରା ସରପଞ୍ଚ ପ୍ରତିନିଧି ଅଜିତ୍ ସାମଲ, ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଶିଳାନ୍ୟାସ ଉତ୍ସବରେ ପଞ୍ଚାୟତ ବିଜେଡ଼ି ସଭାପତି ଗୌରାଙ୍ଗ ମଲ୍ଲିକ, ବରିଷ୍ଠ ନେତା ସୁରେଶ ପ୍ରଧାନ, ମାନସ ସାମଲ, ନରେନ୍ଦ୍ର ଜେନା, ଉମାକାନ୍ତ ମହାପାତ୍ର, ଅଜୟ ସ୍ୱାଇଁ, ଅଭୟ ବେହେରା, ବିଜୟ ବେହୁରିଆ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।
