ଯାଜପୁର ବ୍ଲକରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ
ଯାଜପୁର : ଆଜି ଯାଜପୁର ପଞ୍ଚାୟତ ସମିତି ସଭାଗୃହରେ ଯାଜପୁର ବ୍ଲକର ବରିଷ୍ଠ ତଦାରଖ ଅଧିକାରୀ ଶ୍ରୀଧର ରାଉତଙ୍କ ଅଧ୍ୟକ୍ଷତାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ଯାଜପୁରର ଅତିରିକ୍ତ ତହସିଲଦାର ପ୍ରଗତିକା ବଳ ଯୋଗଦାନ କରି ୧୦୦% ଆଧାର ସଂଯୋଗୀକରଣ କାର୍ଯ୍ୟ କରିଥିବା ସୁପରଭାଇଜର ଓ ବିଏଲଓ ମାନଙ୍କୁ ପ୍ରମାଣପତ୍ର ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଜିପିଇଓ ଅମୂଲ୍ୟ କୁମାର ସାହୁ ମତଦାତା ଙ୍କ ସଂକଳ୍ପ ପାଠ ପଠନ କରିଥିଲେ ।ଯାଜପୁର ବିଡ଼ିଓ ସୈାରଭ ଚକ୍ରବର୍ତ୍ତୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଯେଉଁ ସୁପରଭାଇଜରଙ୍କ ଅଧିନରେ ଥିବା ସମସ୍ତ ବିଏଲ ଓ ୧୦୦% ଆଧାର ସଂଯୋଗୀକରଣ କାର୍ଯ୍ୟ କରିଥିବେ, ତାଙ୍କୁ ସର୍ବଶ୍ରେଷ୍ଠ ସୁପରଭାଇଜର ଭାବେ ପ୍ରମାଣପତ୍ର ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବ । ସେହିପରି ବ୍ୟକ୍ତିଗତ ଭାବେ ଯେଉଁ ବିଏଲ ଓ ମାନେ ୧୦୦% ଆଧାର ସଂଯୋଗୀକରଣ କାର୍ଯ୍ୟ କରିଥିବେ, ସେମାନଙ୍କୁ ମଧ୍ୟ ପ୍ରମାଣପତ୍ର ସହ ପୁଷ୍ପ ଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯିବ । ତେଣୁ ଶୀ ଚକ୍ରବର୍ତ୍ତୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ଆଜି ଜାତୀୟ ମତଦାତା ଦିବସ ପାଳନ ଅବସରରେ ୧୫ ଜଣ ସୁପରଭାଇଜର ମଧ୍ୟରୁ ଜଣେ ମାତ୍ର ସୁପରଭାଇଜର ଚିତାହଟା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ତିଳୋତ୍ତମା ପ୍ରଧାନ ଙ୍କୁ ସର୍ବଶ୍ରେଷ୍ଠ ସୁପରଭାଇଜର ଭାବେ ପ୍ରମାଣପତ୍ର ସହ ପୁଷ୍ପ ଗୁଚ୍ଛ ଦେଇ ଅତିରିକ୍ତ ତହସିଲଦାର ପ୍ରଗତିକା ବଳ ସମ୍ବର୍ଦ୍ଧିତ କରିଥିଲେ।ତାଙ୍କ ଅଧିନରେ ଥିବା ସମସ୍ତ ୧୦ ଜଣ ବିଏଲ ଓ ୧୦୦% ଆଧାର ସଂଯୋଗୀକରଣ କାର୍ଯ୍ୟ କରିଥିଲେ ।୧୫୩ ଜଣ ବିଏଲ ଓ ଙ୍କ ମଧ୍ୟରୁ ମାତ୍ର ୨୮ ଜଣ ବିଏଲ ଓ ୧୦୦% ଆଧାର ସଂଯୋଗୀକରଣ କାର୍ଯ୍ୟ କରିଥିଲେ । ସେମାନଙ୍କ ନାମ- ହରେକୃଷ୍ଣ ନନ୍ଦୀ, ରମେଶ ଚନ୍ଦ୍ର ଗୁଇ, ସ୍ବର୍ଣ୍ଣପ୍ରଭା ବର୍ଦ୍ଧନ, ଭାରତୀ ନାଥ, ସଂଗ୍ରାମ କେଶରୀ ପହୀ, ବିନୋଦ ବିହାରୀ ନାୟକ,ଅରୁଣ କୁମାର ନାୟକ, କଳ୍ପନା କୁମାରୀ ଭଦ୍ର, ଅରୁଣ କୁମାର ଜେନା, ନନ୍ଦିତା ମହାନ୍ତି,ନିରଞ୍ଜନ ବିଶ୍ୱାଳ, ମୋନାଲିସା ମହାନ୍ତି,ଛବିରାଣୀ ସାହୁ, ବିମଳେନ୍ଦ ପତି,ମିନାକ୍ଷୀ ଓଝା, ପ୍ରଣତି ଦାଶ,ଅଞ୍ଜନ କୁମାର ଭୂୟାଁ, ନିର୍ମଳ ଚନ୍ଦ୍ର ସେଠୀ, ବିଦ୍ୟୁତପ୍ରଭା ଧଳ, ସନ୍ଧ୍ୟାରାଣୀ ଲେଙ୍କା,ମାନସ ରଞ୍ଜନ ପଣ୍ଡା,ପ୍ରଦୀପ କୁମାର ମହାନ୍ତି,ପ୍ରତାପ ଚନ୍ଦ୍ର ଦାସ, ଧନେଶ୍ଵର ମହାନ୍ତି, ଜିତେନ୍ଦ୍ର କୁମାର ପାଢ଼ୀ, ଭାବଗ୍ରାହୀ ପାତ୍ର,ତନୁ ଶ୍ରୀ ନାୟକ ଓ ରମେଶ ଚନ୍ଦ୍ର ପଲାଇଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ବଳ ପ୍ରମାଣପତ୍ର ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସର୍ବଶେଷରେ ଜିପିଇଓ ଅମୂଲ୍ୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
