ବାଲେଶ୍ୱର : ଭିଜନ-୨୪ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥିତ ପରମିଟ୍ ପଡ଼ିଆରେ ଜିଲା କ୍ରୀଡ଼ା ସଂଘ ଆନୁକୂଲ୍ୟରେ ଭିଜନ-୨୪ (ସିନିୟର ଏବଂ ୧୯ ବର୍ଷରୁ କମ୍ ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ) ବୁଧବାର ପୂର୍ବାହ୍ନ ୮ଟା ୩୦ମିନିଟ୍ ସମୟରେ ଉଦ୍ଘାଟିତ ହୋଇଯାଇଛି । ଜିଲା କ୍ରୀଡ଼ା ସଂଘର ସହ ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା ଓ ଉପସଭାପତି ବୀରେନ୍ଦ୍ର କୁମାର ସ୍ୱାଇଁ କାର୍ଯକ୍ରମକୁ ଉଦ୍ଘାଟନ କରିଥିଲେ । ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ ଓ ସଞ୍ଜୟ କୁମାର ଲେଙ୍କା ଯୋଗଦେଇଥିଲେ ।
ଏହି ଟୁର୍ଣ୍ଣାମେଣ୍ଟ ଲିଗ୍ ଭିତ୍ତିକ ଓ ପ୍ରତ୍ୟେକ ଇନିଂସ୍ ୫୦ ଓଭର ହେବ । ଏହି ପରିପ୍ରେକ୍ଷୀରେ ବୁଧବାର ଯଷ୍ଟ କ୍ରିକେଟ୍ ଆକାଡ଼େମି ବାଲେଶ୍ୱର ଓ ସୋର କ୍ରିକେଟ୍ ଆସୋସିଏସନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳକୁ ଅଶ୍ୱିନୀ କୁମାର ସାମଲ ଓ ସ୍ୱରୂପ ଯୋଶେଫ ପରିଚାଳନା କରିଥିବା ବେଳେ ଏସ୍ବି ସିମରନ ସ୍କୋରର ଦାୟିତ୍ୱ ସମ୍ଭାଳିଥିଲେ । ଉତ୍ସବରେ କ୍ରିକେଟ୍ ଦାୟିତ୍ୱରେ ଥିବା ଯୁଗ୍ମ ସମ୍ପାଦକ ସୁଜୟ କୁମାର ଆଚାର୍ଯ୍ୟ, ଅଜିତ୍ ପାତ୍ର, ବିଜୟ ପାଢ଼ୀ ଅମିତାଭ ମହାକୁଡ଼, ଦିଲୀପ ଜେନାଙ୍କ ସମେତ ବହୁ ପୁରାତନ ଖେଳାଳୀ ପ୍ରମୁଖ ଉପସ୍ଥିତ ଥିଲେ ।
