ବାଲେଶ୍ୱର : ପଥବିକ୍ରେତା ସଂଘ ପକ୍ଷରୁ ଉଛେଦ ବିରୋଧୀ ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ସହରର ଉଠା ଦୋକାନୀ, ପଥବିକ୍ରେତା ଓ ହକରମାନେ ବୁଧବାର ଗାନ୍ଧୀ ସ୍ମୃତି ଭବନ ସମ୍ମୁଖରେ ଉଛେଦ ବିରୋଧୀ ଦିବସ ପାଳନ କରିଛନ୍ତି । ପଥ ବିକ୍ରେତାମାନେ ସମାଜର ସଂଖ୍ୟା ଗରିଷ୍ଠ ବର୍ଗଙ୍କୁ ତାଙ୍କ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବା ବେଳେ ସେମାନେ ରାସ୍ତାକଡ଼ର ଏକ ଅଂଶ ବ୍ୟବହାର କରି ଜନସେବା ଯୋଗାଉଥିବା ବେଳେ ସରକାର, ସରକାରୀ କର୍ମଚାରୀ ଅଥବା ନେତା ସେମାନଙ୍କ ସାମ୍ୱିଧାନିକ ଅଧିକାରରୁ ବଞ୍ôଚତ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ବାରମ୍ୱାର ଏବାବଦରେ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ନିର୍ଦ୍ଦେଶ ଦେବା ପରେ ଓ ନାଶନାଲ ହକର ଫେଡ଼େରେଶନ ନେତୃତ୍ୱରେ ଓଡ଼ିଶା ପଥବିକ୍ରେତା ସଂଘ ସମେତ ଦେଶର ୨୮ଟି ରାଜ୍ୟ ଏବଂ ବିଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳର ୧୧ଶହରୁ ଅଧିକ ପଥବିକ୍ରେତା ସଂଘଙ୍କ ଦୀର୍ଘ ସଂଗ୍ରାମ ପରେ ୨୦୧୪ମସିହା ଫେବୃଆରୀରେ ସଂସଦର ସର୍ବସମ୍ମତ “ପଥବିକ୍ରେତା ଜୀବିକା ସୁରକ୍ଷା ଓ ପଥବିକ୍ରୟ ବିନିୟମ ଆଇନ – ୨୦୧୪’ ପ୍ରଣୟନ ହେଲା । ମାତ୍ର ସରକାର ଓ ସରକାରୀ ଅଧିକାରୀମାନେ ମଧ୍ୟଯୁଗୀୟ ବିଚାରରେ ପଥ ବିକ୍ରେତାଙ୍କୁ ଉଛେଦ ସହ ଆତ୍ମନିର୍ଭରଶୀଳ ବ୍ୟବସାୟ ଓ ଜନସେବା କରୁଥିବା ଏହି ବର୍ଗଙ୍କ ଜୀବନ ଓ ଜୀବିକାରୁ ଉଛେଦ କରି ଆଇନ ଅବମାନନା କରିଚାଲିଛନ୍ତି । ଏହି ଉଛେଦ ପ୍ରକ୍ରିୟା ବିରୁଦ୍ଧରେ ପଥବିକ୍ରେତାମାନେ ଦେଶ୍ୱବ୍ୟାପୀ ୨୪ ନଭେମ୍ୱରରେ ଏହି ଉଛେଦ ବିରୋଧୀ ଦିବସ ପାଳନ କରିଆସୁଛନ୍ତି ।
ନାଶନାଲ ହକର ଫେଡ଼େରେଶନ ସହବନ୍ଧିତ ଓଡ଼ିଶା ପଥବିକ୍ରେତା ସଂଘ ପକ୍ଷରୁ ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନ ସମ୍ମୁଖରେ ଟିଭିସି ସଭ୍ୟ ଟିପିରୀ ସିଂଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଦିବସରେ ନାଶନାଲ ହକର ଫେଡ଼େରେଶନ ଜାତୀୟ ଅତିରିକ୍ତ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପଥବିକ୍ରେତା ସଂଘ ସଭାପତି ଜୟନ୍ତ ଦାସ, ଉପ ସଭାପତି ଆବିଦ ଖାନ୍, ସମ୍ପାଦକ ମୋହିନୀ ମୋହନ ପରିଡା, ସହସମ୍ପାଦକ ଅଭିରାମ ବାରିକ, ସହଦ୍ୱେ ମହାନ୍ତି, କୁଳମଣୀ ସାହୁ, ସେଖ ଇସ୍ଲାମ, ରାମ ଚନ୍ଦ୍ର ପରିଡା, ସୁଧାଂଶୁ ଶାହା, ରାମ ଚନ୍ଦ୍ର ପୃଷ୍ଟି, ମନୋଜ ରାଠୋର, ଜଗବନ୍ଧୁ ସିଂହ, ନିତ୍ୟ ଚରଣ ସାହୁ, ଦୀନବନ୍ଧୁ ସାହୁ, ପବନ କୁମାର ପଟ୍ଟନାୟକ, ଦିବାକର ଜେନା, କମଳା ନାୟକ, ରାମକୃଷ୍ଣ ଦାସ, ବିଜୟ ବାରିକ, ଶଶୀଧର ନାଥ, ଗୋକୁଳା ଜେନା, ସେଖ୍ ମୋତି, ମହତବା ଆଲାମ, ଗୌରାଙ୍ଗ ଜେନା, ପ୍ରଶାନ୍ତ ସେଠୀ, ସେଖ୍ ମୁକ୍ତାର ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଆସନ୍ତା ୩୦ ନଭେମ୍ୱର ଦିନସାରା ବାଲେଶ୍ୱର ସହରରେ ଉଠା ଦୋକାନୀ ବନ୍ଦ ପାଳନ କରିବା ସହ ସକାଳ ୯ଟାରେ ଗାନ୍ଧୀ ସ୍ମୃତି ଭବନ ଠାରୁ ଶୋଭାଯାତ୍ରାରେ ଯୋଗଦେଇ କର୍ତ୍ତୃପକ୍ଷଙ୍କ ଠାରେ ଦାବିପତ୍ର ଉପସ୍ଥାପନ ନିଷ୍ପତ୍ତି କରାଯାଇଛି ।
