ବାଲେଶ୍ୱର : ପୋଖରୀରେ ବୁଡ଼ି ବୃଦ୍ଧା ମୃତ
ସିଂଲା : ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ପାଉଁଶକୁଲି ଗ୍ରାମର ଜଣେ ବୃଦ୍ଧା ମଙ୍ଗଳବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ମୃତ ବୃଦ୍ଧା ହେଲେ ସ୍ୱର୍ଗତ ରଘୁନାଥ ଦେଙ୍କର ସ୍ତ୍ରୀ ଦୁର୍ଗାମଣି ଦେ (୭୩) ।
ସେ ଘର ପାଖ ପୋଖରୀ ନିକଟରେ ଶାଗ ତୋଳୁଥିଲେ । ଅସାବଧାନତାବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ ପୋଖରୀରେ ବୁଡ଼ି ଯାଇଥିଲେ । କିଛି ସମୟ ପରେ ପରିବାର ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରି କାର ଯୋଗେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇଛି । ସେ ଜଣେ ଧର୍ମପରାୟଣା, ମେଳାପୀ ଓ ମିଷ୍ଟଭାଷୀ ମହିଳା ଭାବେ ସମସ୍ତଙ୍କର ପ୍ରିୟଭାଜନ ଥିଲେ । ତାଙ୍କର ତିନି ପୁଅ, ପୁଅବୋହୂ, ଝିଅଜ୍ୱାଇଁ ଓ ନାତୁଣୀନାତି ଓ ନାତିବୋହୂ ଅଛନ୍ତି ।
