ବାଲେଶ୍ୱର : ବାଲି ବୋଝେଇ ହାଇୱା ଜବତ, ୩୫ ହଜାର ଜୋରିମାନା
ବସ୍ତା : ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ତହସିଲ କର୍ତ୍ତୃପକ୍ଷ ଓ ଗୁଡ଼ିଖାଲ ରାଜସ୍ୱ ନୀରିକ୍ଷକଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇ ବସ୍ତା ଥାନା ଅନ୍ତର୍ଗତ ବାଇତପଡ଼ା ନିକଟରୁ ଏକ ବାଲି ବୋଝେଇ ହାଇୱାକୁ ଜବତ କରାଯାଇଛି । ଏହି ହାଇୱା ନିଜର ରାସ୍ତା ବଦଳାଇବା ଓ ଟ୍ରାଞ୍ଜିଟ ପାସ୍ ଟେମ୍ପୋରିଂ ଅଭିଯୋଗରେ ରାଜସ୍ୱ ବିଭାଗ ପକ୍ଷରୁ ୩୫ହଜାର ୬ଶହ ୩୦ ଟଙ୍କା ଜୋରିମାନା କରାଯିବା ସହ ଗାଡ଼ିଟିକୁ ଅମର୍ଦ୍ଦାରୋଡ଼ ଫାଣ୍ଡି ପରିସରରେ ରଖାଯାଇଥିଲା ।
ମଙ୍ଗଳବାର ଗାଡ଼ି ମାଲିକ ଜୋରିମାନା ଦେୟ ତହସିଲ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଏହା ପରେ ବାଲି ବୋଝେଇ ହାଇୱାଟିକୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।
