ବାଲେଶ୍ୱର : ଭୂତପୂର୍ବ ବିଧାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନିରଞ୍ଜନ ପଟ୍ଟନାୟକ
ବାଲେଶ୍ୱର : ବାଲେଶ୍ୱର ଓଟି ରୋଡ୍ର ଷ୍ଟେସନ ଛକ ନିକଟରେ ଥିବା ଭୂତପୂର୍ବ ବିଧାୟକ ଗୋପନାରାୟଣ ଦାସଙ୍କ ପ୍ରତିମୂର୍ତ୍ତିରେ ବାଲେଶ୍ୱର ଗସ୍ତରେ ଆସିଥିବା ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ମାର୍ଲ୍ୟାପଣ କରିଥିଲେ । ଏହି ଅବସରରେ ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଜିଲା କଂଗ୍ରେସ ସଂପାଦକ ଦେବଦତ୍ତ ଦାସ, ତୁଷାରକାନ୍ତି ତପସ୍ୱୀ ପ୍ରମୁଖ ଉପସ୍ଥିତ ଥିଲେ ।
