ବାଲେଶ୍ୱର : ଜିଲା କଂଗ୍ରେସ ପକ୍ଷରୁ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ରାଜୀବ ଭବନ ପରିସରରେ ଜାତିର ଜନକ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବକ୍ତା ମାନେ ଉଭୟ ଜନ ନାୟକଙ୍କ ସ୍ମୃତି ଚାରଣ କରିଥିଲେ ।
ସଭା ପ୍ରାରମ୍ଭରେ ଉଭୟ ଜନ ନାୟକଙ୍କ ଫଟୋ ଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅର୍ଚ୍ଚନା ନନ୍ଦୀ, ପ୍ରଜ୍ଞା ପାରମିତା ଦାସ, ବିକାଶ ଦାସ, ଗୋପୀନାଥ ପାଢ଼ୀ, ତରୁଣ ଦାସ, ଜାନୁ ମୁଖୀ, ସଂଗୀତା ବେହେରା, କୁମୁଦିନୀ ଦାସ, ଭବାନୀ ମହାଳିକ, ନିରଞ୍ଜନ ବେହେରା, ବଲାଇ ଦାସ, ସୁବ୍ରତ ରାଉଳ, କୁମାର କୁମାର ଜେନା, ମିଥୁନ ବାରିକ, ବାସନ୍ତୀ ନାୟକ, ବିନତି ବାରିକଙ୍କ ସମେତ ବହୁ ଦଳୀୟ କର୍ମୀ ଓ ପଦାଧିକାରୀ ଯୋଗ ଦେଇଥିଲେ ।
