ବାଲେଶ୍ୱର ପୌର ନିର୍ବାଚନ : ଅଧ୍ୟକ୍ଷା ପ୍ରାର୍ଥୀନୀ ତଥା ସମସ୍ତ କାଉନ୍ସିଲର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ରେ ପ୍ରଚାରର ମଙ୍ଗ ଧରି ନିର୍ବାଚନୀ ମୈଦାନକୁ ଓହ୍ଲାଇବା ସହ ପୌର ନିର୍ବାଚନୀ ମାହୋଲକୁ ଉଷ୍ମ କରିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ । ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୧୯ ନମ୍ବର ୱାର୍ଡ଼, ୨୬ ନମ୍ବର ୱାର୍ଡ଼ ଏବଂ ୧୮ ନମ୍ବର ୱାର୍ଡ଼ରେ ଘରକୁ ଘର ବୁଲି ବିଧାୟକ ଶ୍ରୀ ଦାସ, ରାଜ୍ୟ ମହିଳା କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ଏବଂ ପୂର୍ବତନ ପୌର ଅଧ୍ୟକ୍ଷ ଆଲୋକ ସାହୁ ୱାର୍ଡ଼ର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଏଥିସହ ୧୦ ନମ୍ବର ୱାର୍ଡ଼, ୧୪ ନମ୍ବର ୱାର୍ଡ଼, ୮ ନମ୍ବର ୱାର୍ଡ଼, ୭ ନମ୍ବର ୱାର୍ଡ଼, ୨୪ ନମ୍ବର ୱାର୍ଡ଼, ୨ ନମ୍ବର ୱାର୍ଡ଼, ୫ ନମ୍ବର ୱାର୍ଡ଼, ୧୬ ନମ୍ବର ୱାର୍ଡ଼, ୩୦ ନମ୍ବର ୱାର୍ଡ଼ରେ ଦଳୀୟ ନେତୃତ୍ୱ ଏବଂ ଅଞ୍ଚଳବାସୀଙ୍କ ସହ ନିର୍ବାଚନୀ ସଭା ଅନୁଷ୍ଠିତ କରି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ବାବଦରେ ଲୋକଙ୍କୁ ବୁଝାଇଥିଲେ ।
ସହରାଞ୍ଚଳରେ ଜଳ ସମସ୍ୟାର ଦୂରୀକରଣ, ଗମନାଗମନ ନିମନ୍ତେ ଉନ୍ନତ ମାନର ସଡ଼କ ପ୍ରସ୍ତୁତି ତଥା ବିଜୁଳି ଯୋଗାଣକୁ କିପରି ଭାବେ ବିଜେଡି ପ୍ରାଧାନ୍ୟ ଦେଇଛି ତାହା ବର୍ଣ୍ଣନା କରିଥିଲେ । ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷା ପ୍ରାର୍ଥୀନୀ ସବିତା ସାହୁ ତଥା ସମସ୍ତ ୱାର୍ଡ଼ର କାଉନ୍ସିଲର ପ୍ରାର୍ଥୀ ଏବଂ ପ୍ରାର୍ଥୀନୀଙ୍କୁ ବିକାଶର ଚିହ୍ନ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଉନ୍ନତିକୁ ବହୁଗୁଣିତ କରିବାକୁ ଉଭୟ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାସ, ଟାଉନ ସଭାପତି ସନତ ଦାସ, ଛାତ୍ର ସଭାପତି ସିମନ ଦାସ ମହାପାତ୍ର, କାଉନ୍ସିଲର ପ୍ରାର୍ଥୀନୀ ଶୋଭା ମହାପାତ୍ର, ଶେଖ ଆୟୁବ, ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ରାଧାକୃଷ୍ଣ ଦାସ, କୈଳାଶ ସେଠୀ, ପ୍ରୀତିଲତା ସେଠୀ, ମିନା ମହାନ୍ତି, ଅମିତ କୁମାର ନାୟକ, ମିତା ପଟ୍ଟନାୟକ, ସବିତା ରାଣୀ ଦାସ, ସୁନିଆ ମୁର୍ମୁ ସମେତ ବହୁ ଯୁବ, ଛାତ୍ର, ମହିଳା ନେତା ତଥା ଶୈଳେନ୍ଦ୍ର ସିଂ, ସୁବୋଧ ମହାନ୍ତି, ବିଶ୍ୱଜିତ ମହାପାତ୍ର, ଅନସାର ଅଲ୍ଲୀ, ଉମାଶଙ୍କର ତିଆଡ଼ି, ଦେବାଶିଷ ଆଚାର୍ଯ୍ୟ, ମାନସ ପାଣିଗ୍ରାହୀ ଉପସ୍ଥିତ ଥିଲେ ।
