ବାଲେଶ୍ୱର ଜିଲା ଭଲିବଲ ପ୍ରତିଯୋଗିତା ଉଦ୍ଘାଟିତ; ବାଲିଆପାଳ ଦଳ ବିଜୟୀ
ବାଲେଶ୍ୱର : ବାଲେଶ୍ୱର ପରମିଟ ପଡ଼ିଆ ଠାରେ ଜିଲା କ୍ରୀଡ଼ା ସଂଘ ଆନୁକୁଲ୍ୟରେ ଜିଲା ପୁରୁଷ ଭଲିବଲ ପ୍ରତିଯୋଗିତା ରବିବାର ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ସଭାରେ କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଭୟ ମହାପାତ୍ର ସଭାପତିତ୍ୱ କରିଥିଲେ । ଜିଲା କ୍ରୀଡ଼ା ସଂଘ ସାଧାରଣ ସମ୍ପାଦକ ଅଧୀପ ଦାସ ତାଙ୍କ ପ୍ରାରମ୍ବିକ ଭାସଣରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ଜିଲା କ୍ରୀଡ଼ା ସଂଘ ଦ୍ୱାରା ବିଭିନ୍ନ କ୍ରୀଡ଼ାର ଉନ୍ନତି କଳ୍ପେ ନିଆଯାଉଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ସିଦ୍ଦି ବିନାୟକ ସ୍କୁଲର ପ୍ରିନ୍ସିପାଲ ସୁଧାଂଶୁ ପଣ୍ଡା ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ଜିଲା କ୍ରୀଡ଼ା ସଂଘ ଦ୍ୱାରା ଆୟୋଜିତ ସମସ୍ତ ଖେଳକୁ ସହଯୋଗ କରିବାର ପ୍ରତିଶୃତି ଦେଇଥିଲେ ।
ଏହି ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ । ଏହି ପ୍ରତିଯୋଗିତାରେ ଜିଲାର ବିଭିନ୍ନ ଅଞ୍ଚଳରୁ ମୋଟ୍ ୨୦ଟି ଦଳ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତାରୁ ଉତ୍ତମ ଖେଳାଳୀ ଚୟନ କରାଯାଇ କନ୍ଧମାଳ ଠାରେ ହେବାକୁ ଥିବା ଆନ୍ତଃ ଜିଲା ସିନିୟର ଭଲିବଲ ପ୍ରତିଯୋଗିତାରେ ବାଲେଶ୍ୱର ଜିଲା ତରଫରୁ ପ୍ରତିନିଧିତ୍ୱ କରିବେ । ଏହି ଖେଳ ପରିଚାଳନା କରିବା ପାଇଁ ଧନଞ୍ଜୟ ତ୍ରିପାଠୀ, କମଳା କାନ୍ତ ବେହେରା, ଚାରୁ ଚନ୍ଦ୍ର୍ର ନାୟକ, ମାନସ ରଞ୍ଜନ ମିଶ୍ର, କାମିନୀ କାନ୍ତ ଜେନା, ରବିନ୍ଦ୍ର ନାଥ ଖଟୁଆ, ହିମାଦ୍ରୀ ମଣ୍ଡଳ, ଅବିନାଶ ଜେନା, ରଞ୍ଜନ କୁମାର ସାହୁ, ବସୁମତୀ ଭୁୟାଁ ଉକ୍ତ ଖେଳରେ ନିୟୋଜିତ ହୋଇଛନ୍ତି ।
ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ ଦୁବୁଲାଗଡ଼ି ଦଳ ଏବଂ ବାଲିଆପାଳ ଦଳ ମଧ୍ୟରେ ହୋଇଥିଲା । ବାଲିଆପାଳ ଦଳ ଦୁବୁଲାଗଡି ଦଳକୁ ୨-୦ ରେ ହରାଇ ବିଜୟୀ ହୋଇଥିଲେ । ଏହି ଖେଳ ଉଦ୍ଘାଟନ ସମୟରେ ଜିଲା କ୍ରୀଡ଼ା ସଂଘର ଯୁଗ୍ମ ସମ୍ପାଦକ (ଭଲିବଲ) ଜନ୍ମେଜୟ ଦେ, ପଦ୍ମଲୋଚନ ଲେଙ୍କା, ଜଗଦୀଶ ବେହେରା, ଅମର କୁମାର ମହାନ୍ତି, କାର୍ତ୍ତିକ ଚନ୍ଦ୍ର୍ର ନାୟକ, ସଞ୍ଜୟ ଲେଙ୍କା, କୋଷାଧ୍ୟକ୍ଷ ବିଷ୍ନୁ ପ୍ରସାଦ ମହାନ୍ତି, ସୁଜୟ କୁମାର ଆଚାର୍ଯ୍ୟ, ପ୍ରଦିପ କୁମାର ଦାସ, ନିମାଇ ଚରଣ ରାଉତରାୟ, ସୁକାନ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ଜେନା, ଚିତରଞ୍ଜନ ପାଶା, ହରେନ ଚନ୍ଦ୍ର୍ର ରଣା, ରବିନ ମିତ୍ର, ସୁଜୟ ନାୟକଙ୍କ ସମେତ ଜିଲା କ୍ରୀଡ଼ା ସଂଘର ସମସ୍ତ କର୍ମକର୍ତ୍ତା ଓ ଦର୍ଶକମାନେ ଉପସ୍ଥିତ ହୋଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।
