ବାଲେଶ୍ୱର : କର୍କଟ ରୋଗ ପରାମର୍ଶ ଶିବିର
ବାଲେଶ୍ୱର : ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ଜିଲା କର୍କଟ ରୋଗ ଚିକିତ୍ସାକେନ୍ଦ୍ରରେ ଶୁକ୍ରବାର କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଦିଲ୍ଲୀ ସର୍ବୋଦୟ ହସ୍ପିଟାଲର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡା. ଦିନେଶ ପେଣ୍ଡାର କର, ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶ ଡା. ସୁଶାନ୍ତ କୁମାର ସ୍ୱାଇଁ ଶିବିରରେ ଉପସ୍ଥିତ ରହି ୪୨ଜଣ କର୍କଟ ରୋଗୀଙ୍କର ଚିକିତ୍ସା ଓ ପରାମର୍ଶ ଦେଇଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲ ସେନ ଜଗଦେବ, ଡା. ମୃତ୍ୟୁଞ୍ଜୟ ମିଶ୍ର, ଜିଲା କର୍କଟ ଚିକିତ୍ସାକେନ୍ଦ୍ରର ମୁଖ୍ୟ ଡା. ପ୍ରିୟ କୁମାର ଘୋଷ, ଡା. ଅରୂପ ଅଭିଷେକ, ଡା. ଦୀପକ ନାୟକ, ଅର୍ଥ ପରାମର୍ଶ ଦାତା ମନୋଜ କୁମାର ଚାନ୍ଦ, ନର୍ସିଂ ଅଫିସର ସସ୍ମିତା ବିଶ୍ୱାଳ, ଦିବ୍ୟଶ୍ରୀ ବେହେରା, ହିମାନୀ ନାୟକ, ରଶ୍ମୀ ରଞ୍ଜିତା ଜେନା, ସ୍ୱାସ୍ଥ୍ୟ ସାଥୀ ଭାଗ୍ୟଶ୍ରୀ ଜେନା ଓ ଦେବାଶିଷ ପ୍ରମୁଖ ଶିବିରରେ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ ।
