ବାଲେଶ୍ୱର : ସାର୍ଥା ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ପଞ୍ଚାୟତରେ ବିଜେଡିର ଏକ କର୍ମୀ ସମ୍ମିଳନୀ ସୁକୁମାର ମାନ୍ନାଙ୍କର ନେତୃତ୍ୱରେ ଡକାଯାଇଥିଲା । ସଭାରେ ଜିଲା ବିଜେଡି ଉପ-ସଭାପତି ଯଯାତି ଦାସ ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।
ବିଶେଷ ଭାବରେ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନୟନ ସଡ଼କକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ସମ୍ପର୍କରେ ଏବଂ କର୍ମୀମାନଙ୍କର ସାଂଗଠନିକ ପକ୍ରିୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ୧୩ ଗୋଟି ୱାର୍ଡ଼ର ଅନ୍ୟୁନ ୭ହଜାର ଭୋଟର ବିଶିଷ୍ଟ ଏହି ପଞ୍ଚାୟତରେ ବୃହତ ପାନୀୟ ଜଳ ପ୍ରକଳ୍ପ ଯଥା ହଳଦୀଗୁଡ଼ି, ମେଘା ସ୍କୁଲ ଏବଂ ଗନ୍ଧିଆରେ ନିର୍ମାଣଧୀନ ଥିବା ଅସମ୍ପୂର୍ଣ୍ଣ ପ୍ରକଳ୍ପ କିଭଳି ଭାବେ ସମ୍ପୂର୍ଣ୍ଣ ହେବ ଏବଂ ବୁଧିୟାମାରିର ଭୁଇଁଆ ସାହି, ଗନ୍ଧିୟାର ରାମ ଖମାରିଙ୍କ ଘର ପାଖରେ ନଳ କୂପର ଆବଶକ୍ୟତା ନେଇ ଆର୍ଡବ୍ଲୁଡବ୍ଲ୍ୟୁ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଲୋଚନା କରିଥିଲେ । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏହି ପ୍ରକଳ୍ପ ଗୁଡ଼ିକ କାମ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପୂର୍ବତନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନାଙ୍କର ପ୍ରଚେଷ୍ଟାରେ ନିର୍ମିତ ହୋଇଥିବା ୪ଟି ଗ୍ରାମ୍ୟ ଉନୟନ ସଡ଼କକୁ ସଂଯୋଗ କରୁଥିବା ବିଭିନ୍ନ ୱାର୍ଡ଼ର ପାଦଚଲା ରାସ୍ତାକୁ କିଭଳି ଭାବରେ ଖୁବ୍ଶୀଘ୍ର ମରାମତି କରିହେବ ସେନେଇ ଉଚ୍ଚକର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ବିଜେଡି ସଂଗଠନକୁ କିଭଳି ଭାବରେ ଆହୁରି ମଜବୁତ କରିହେବ ସେ ସମ୍ପର୍କରେ କର୍ମୀମାନଙ୍କର ମତାମତ ଲୋଡ଼ା ଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମହିଳା ମାନଙ୍କର ସଶକ୍ତିକରଣ, ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଜନସାଧାରଣଙ୍କ ପାଖରେ କିଭଳି ସଠିକ୍ ଭାବରେ ପହଞ୍ôଚ ପାରିବ ସେ ସମ୍ପର୍କରେ ସମସ୍ତ କର୍ମୀଙ୍କୁ ଶ୍ରୀ ଦାସ ଆହ୍ୱାନ କରିଥିଲେ । ଉକ୍ତ ସଭାରେ ବିଜେଡିର ସମସ୍ତ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଅଧିଷ୍ଠିତ କରିବା ପାଇଁ ଶପଥ ନେଇଥିଲେ । ସଭାରେ ଆନନ୍ଦ ମାଈତି, ଶୁକମାର ମଣ୍ଡଳ, ପିଣ୍ଟୁ ଜେନା, ମାନୁ ଜେନା, ଭାନୁ ଗିରି, ତପନ ଗିରି, ଶଶାଙ୍କ ମଣ୍ଡଳ, ଖାଣ୍ଡୁ ମଣ୍ଡଳ, ସଦର ବ୍ଲକ ଯୁବ ଜନତା କାର୍ଯ୍ୟକାରୀ ସଭାପତି ଦିଲୀପ ଦ୍ୱିବେଦୀ, ଜିଲା ଯୁବ ଜନତା ଉପ-ସଭାପତି ଜତିଶ ଦାସ, ଜିଲା ଡିଜିଟାଲ ସେକ୍ରେଟାରୀ ଅବିନାଶ ନାୟକ, ପୂର୍ବତନ ମୁନିସିପାଲିଟି ସାଧାରଣ ସମ୍ପାଦକ ଠୁଙ୍ଗ ମହାକୁଡ଼, ଯୁବନେତା ରାଜେନ୍ଦ୍ର ବିଶ୍ୱାଳଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
