ବାଲେଶ୍ୱର ୨୯ ନଂ. ଜୋନରେ ବିଧାୟକଙ୍କ ମାରାଥନ୍ ପ୍ରଚାର ଓ ବାଇକ୍ ରାଲି
ବାଲେଶ୍ୱର : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆଉ କେଇଟା ଦିନ ପରେ ଭୋଟ୍ । ଏଥିନିମନ୍ତେ ମୁଖ୍ୟ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ପ୍ରଚାର ଜୋରଦାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ନିର୍ବାଚନମଣ୍ଡଳୀର ୨୯ ନଂ. ଜୋନର ସାର୍ଥା ଗ୍ରାମ ପଞ୍ଚାୟତରେ ପ୍ରଚାରର ମଙ୍ଗ ଧରି ନିର୍ବାଚନୀ ମୈଦାନକୁ ଓହ୍ଲାଇବା ସହ ପଞ୍ଚାୟତର ନିର୍ବାଚନୀ ମାହଲକୁ ଉଷ୍ମ କରିଛନ୍ତି ବାଲେଶ୍ୱର ସଦର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ ।


ସାର୍ଥା ଗ୍ରାମ ପଞ୍ଚାୟତରେ ବିଶାଳ ମୋଟର ସାଇକେଲ ରାଲି କରି ପଞ୍ଚାୟତର ସମସ୍ତ ୱାର୍ଡ଼ ବୁଲିବା ସହ ଅନୁଷ୍ଠିତ ନିର୍ବାଚନୀ ସଭାରେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ବାବଦରେ ଲୋକଙ୍କୁ ବୁଝାଇବା ସହ ୨୯ ନଂ ଜୋନର ବିଜୁ ଜନତା ଦଳର ଜିଲା ପରିଷଦ ପ୍ରାର୍ଥୀ ନାରାୟଣ ପ୍ରଧାନ, ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଧନଞ୍ଜୟ ପାତ୍ର, ସମିତି ସଭ୍ୟ ପ୍ରାର୍ଥୀ ମନୋରଞ୍ଜନ ଦଳାଇ ଏବଂ ସମସ୍ତ ୱାର୍ଡ଼ ମେମ୍ବରଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ଉକ୍ତ ଅଞ୍ଚଳର ହେଭିୱେଟ ନେତା ତଥା ଅନନ୍ତ ମଣ୍ଡଳ ଏବଂ ପୂର୍ଣ୍ଣ ଦାସଙ୍କ ସମେତ ବହୁ ନେତା ଅନ୍ୟ ଦଳ ଛାଡ଼ି ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ବିଧାୟକ ଶ୍ରୀ ଦାସ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ । ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ମଧ୍ୟ ବିଧାୟକଙ୍କ ସହ ଯୋଗଦାନ କରି ଲୋକଙ୍କୁ ବିଜୁ ଜନତା ଦଳ ସପକ୍ଷରେ ଭୋଟ ଦେବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ପଞ୍ଚାୟତର ସଭାପତି ସଂଗ୍ରାମ ମଲ୍ଲିକ, ସଞ୍ଜୀବ ମଣ୍ଡଳ, ପ୍ରଫୁଲ୍ଲ ଜେନା, ଶମ୍ଭୁ ମାନ୍ନା, ବଂଶୀଧର ଦିଣ୍ଡା, ଯୁବନେତା ଶକ୍ତିପଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
