ସାତ ହଜାର ଲିଟର ଦେଶୀ ମଦ ଗୋଟିଏ ସ୍ଥାନରେ ନଷ୍ଠ କଲା ବଲାଙ୍ଗିର ପୋଲିସ
ବଲାଙ୍ଗିର : ଜିଲ୍ଲା ଅବକାରୀ ବିଭାଗ ଓ ଜିଲା ପୋଲିସ ଦ୍ୱାରା ବଲାଙ୍ଗିର ସ୍ଥିତ ବିଜାଖମନ ଠାରେ ଜିଲ୍ଲାର ୧୭ଟି ଥାନା ଯଥା ଟାଉନ ଥାନା, ସଦର ଥାନା, ଦେଓଗାଁ ଥାନା, ଲୋଇସିଂହା ଥାନା, ପୁଇଁନ୍ତଲା ଥାନା, ଲାଠୋର ଥାନା, ଲରମ୍ଭା ଥାନା, ବଙ୍ଗୋମୁଣ୍ଡା ଥାନା, ମୁରିବାହାଲ ଥାନା, କଣ୍ଟାବାଞ୍ଜି ଥାନା, ସିନ୍ଧେକେଲା ଥାନା, ସଇଁନ୍ତଲା ଥାନା, ଟିଟିଲାଗଡ଼ ଥାନା, ତୁରେକେଲା ଥାନା, ତୁଷୁରା ଥାନା, ବେଲପଡ଼ା ଥାନା ଆଦିରୁ ଜବତ ହୋଇଥିବା ୫୦୮ଟି ମାମଲାରେ ୭୦୦୦ ଲିଟରରୁ ଅଧିକ ଦେଶୀ ମଦକୁ ଆଜି ଏସ୍?ପି ନୀତିନ୍ କୁଶଳ କର ଙ୍କ ଉପସ୍ଥିତିରେ ଏକ ନୂଆ ଢଙ୍ଗରେ ଜିଲ୍ଲା ପୋଲିସ ନଷ୍ଟ କରିଛି । ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଅଧିକ ହୋଇଥିବା ବେଳେ ସମସ୍ତ ଥାନାର ଦେଶୀ ମଦକୁ ଗୋଟିଏ ଜାଗାରେ ରଖି ମଦ ଉପରେ ଜେସିବି ଚଢାଇ ନଷ୍ଟ କରାଯାଇଥିଲା ବୋଲି ଏସ୍?ପି ନିତିନ କୁଶଲକର ସୂଚନା ଦେଇଛନ୍ତି । ଏହି ସମୟ ରେ ଅତିରିକ୍ତ ଏସପି ସୁରେଶ କୁମାର ନାଏକ, ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି, ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା, ସଦର ଏସ୍ ଡି ପି ଓ ତୁଫାନ୍ ବାଗ ସମେତ ବିଭିନ୍ନ ଥାନାର ଇନସପେକ୍ଟର ମାନେ ଉପସ୍ଥିତ ଥିଲେ I
