ବାର୍ଷିକ କ୍ରୀଡ଼ାରେ ଅଘଟଣ ! ଛାତ୍ରର ବେକରେ ପଶିଲା ଜାଭେଲିନ
ବଲାଙ୍ଗୀର : ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଅଘଟଣ । ବିଦ୍ୟାଳୟର ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଜଣେ ଛାତ୍ରଙ୍କ ଫିଙ୍ଗିଥିବା ଜାଭେଲିନ ଅନ୍ୟ ଜଣେ ଛାତ୍ରଙ୍କ ବେକରେ ପଶିଯାଇଛି। ଛାତ୍ରମାନେ ଜାଭେଲିନ ଫିଙ୍ଗା ଅଭ୍ୟାସ କରୁଥିବା ବେଳେ ଏହି ଘଟଣା ଘଟିଛି । ହଠାତ ଜଣେ ଛାତ୍ର ଜାଭଲିନ ଥ୍ରୋ କରୁଥିବା ସମୟରେ ନବମ ଶ୍ରେଣୀର ସଦାନନ୍ଦ ମେହେରଙ୍କ ବେକରେ ପଶି ଯାଇଥିଲା। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ରେ ସଂପୃକ୍ତ ଛାତ୍ରଙ୍କୁ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସା କରାଯାଇ ଜେଭଲିନ କାଢିବା ପାଇଁ ଚେଷ୍ଟା ଜାରି ରହିଛି ।
ସୂଚନା ଯେ, ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ବର୍ଷିକ କ୍ରୀଡ଼ା ଆୟୋଜିତ ହେଉଥିଲା । ତେବେ ଜାଭେଲିନ ଇଭେଣ୍ଟ ଚାଲୁଥିବା ବେଳେ ସ୍କୁଲ ନବମ ଶ୍ରେଣୀର ଛାତ୍ର ସଦାନନ୍ଦ ସେଠାରେ ଠିଆ ହୋଇଥିବା ବେଳେ ହଠାତ ଏକ ଜାଭେଲିନଟି ତାଙ୍କ ବେକରେ ଗଳିଯାଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବଲାଙ୍ଗୀରଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏଥିସହ ଛାତ୍ରଙ୍କ ବେକରୁ ଜାଭେଲିନ୍ କାଢ଼ିବା ପ୍ରକ୍ରିୟା ଜାରି ରହିଛି ।
