ଆଜାଦିର ଅମୃତ ମହୋତ୍ସବ : ମହିଳା ମଶାଲ ର୍ୟାଲିର ଶୁଭାରମ୍ଭ କଲେ ଗୃହ ରାଜ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ପୁରା ଦେଶରେ ପାଳନ କରାଯାଉଛି ଆଜାଦୀ କେ ଅମୃତ ମହୋତ୍ସବ । ଏହି ଅବସରରେ ପୋଲିସ୍ ବଳ ଏବଂ ଦିଲ୍ଲୀ ପୋଲିସ୍ର ପ୍ରାୟ ୧୫୦ ମହିଳା ପୋଲିସ୍ କର୍ମୀଙ୍କ ଏକ ଦଳ ଶନିବାର ଦିନ ୭୫ ବାଇକରେ ରାଷ୍ଟ୍ରୀୟ ପୋଲିସ୍ ସ୍ମାରକଠାରୁ ଲୋଧିରୋଡ଼ ପର୍ଯ୍ୟନ୍ତ ମଶାଲ ର୍ୟାଲି ବାହାରିଛି । ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଏହି ର୍ୟାଲିର ସଂଚାଳନ କରିଛି । ଏହି ରାଲିକୁ ମୁଖ୍ୟ ଅତିଥି ଗୃହ ରାଜ୍ୟମନ୍ତ୍ରୀ ଅଜୟ କୁମାର ମିଶ୍ର ଦ୍ୱାରା ପତାକା ଦେଖାଇ ଆରମ୍ଭ କରିଥିଲେ । ବିଏସ୍ଏପ୍ର ପ୍ରବକ୍ତା କୃଷ୍ଣା ରାଓ କହିଛନ୍ତି ଯେ ପ୍ରତିଯୋଗୀଙ୍କୁ ସମସ୍ତ ସିଏପିଏଫ୍/ସିପି ଓ/ଦିଲ୍ଲୀ ପୋଲିସ୍ ସହ ଯୋଡ଼ାଯାଇଛି ।
