୧୨ ନମ୍ବର ଓାର୍ଡରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡର କାଳୀ ମନ୍ଦିର କମୁନିଟି ହଲ୍ ଠାରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ବିଏମସି ପକ୍ଷରୁ ଆୟୋଜିତ ଓ କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ସାରା ଦିନ ବ୍ୟାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଏମସି ଉତ୍ତର ମଣ୍ଡଳର ଡେପୁଟି କମିଶନର ପୁରନ୍ଦର ନନ୍ଦ ଓ ସମ୍ମାନିତ ଅତିଥି ଭାବେ କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ୫ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ମୋ ଭୁବନେଶ୍ୱର ସ୍ୱଚ୍ଛ ଭୁବନେଶ୍ୱର, ସ୍ୱଚ୍ଛତା ଓ ପରିମଳ ବିଷୟ ଉପରେ ଡ୍ରଇଂ, ପୋଷ୍ଟର, ପେଣ୍ଟିଂ, ବକ୍ତୁତା, ସଂଗୀତ ଓ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ବାବୁ ଭାର ଟିମ୍ର ସହଯୋଗରେ ଓ ସମରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ କର୍ପୋରେଟର ଜୟନ୍ତୀ ସାହୁ, ସିଇଓ ସିପ୍ରାରାଣୀ ମିଶ୍ର, ସାନିଟାରୀ ଇନ୍ସପେକ୍ଟର ପୌମେନ୍ଦ୍ର ପ୍ରଧାନ, ବିଜେଡି ଜିଲ୍ଲା ସମ୍ପାଦକ ପ୍ରଶନ୍ନ କୁମାର ସାହୁ, ଚଗଲା ଜେନା, ଗଗନ ବିହାରୀ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ପ୍ରତିଯୋଗିତାରେ ବିଚାରକ ଭାବେ ବସନ୍ତ କୁମାର ତ୍ରିପାଠୀ ଓ ଦେବୀରାଣୀ ସାହୁ ଉପସ୍ଥିତ ରହି କୃତି ପ୍ରତିଯୋଗି ମାନଙ୍କୁ ଚୟନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଓାର୍ଡ ଅଧିକାରୀ ରବି ନାରାୟଣ ମିଶ୍ର ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
