ଅଟଳ ବିହାରୀ ବାଜପେୟୀ ସ୍ମାରକୀ ବ୍ୟାଡମିଣ୍ଟନ କପ୍ ଉଦଯାପିତ
କେନ୍ଦୁଝର : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଅବସରରେ ଓଡିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟ ଖେଳ ପଡିଆରେ ରବିବାର ଅପରାହ୍ନରେ ଅଟଳ ବିହାରୀ ବାଜପେୟୀ ସ୍ମାରକୀ ବ୍ୟାଡମିଣ୍ଟନ କପ୍-୨୦୨୨ପ୍ରତିଯୋଗିତା ଉଦ୍ଘାଟିତ ହୋଇଥିଲା ବେଳେ ମଙ୍ଗଳବାର ଫାଇନାଲ ଖେଳ ଉଦଯାପିତ ହୋଇଯାଇଛି । ବିଜେପି ଯୁବ ମୋର୍ଚ୍ଚା କେନ୍ଦୁଝର ନଗରମଣ୍ଡଳ ପକ୍ଷରୁ ଆୟୋଜିତ ଏହି ଖେଳର ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ କେନ୍ଦୁଝର ସଦର ବିଧାୟକ ଶ୍ରୀଯୁକ୍ତ ମହନଚରଣ ମାଝୀ, କେନ୍ଦୁଝର ନଗରପାଳ ନିକୁ ସାହୁ ଏବଂ ବିଜେପି ଯୁବମୋର୍ଚା ର ରାଜ୍ୟ ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟାତ ଓ କେନ୍ଦୁଝର ବିଜେପି ନଗର ମଣ୍ଡଳ ସଭାପତି ବିଶ୍ୱଜିତ ତ୍ରିପାଠୀ ସଂମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦୁଝର ନଗର ମଣ୍ଡଳ ବିଜେପି ଯୁବ ମୋର୍ଚା ସଭାପତି ପ୍ରିୟବ୍ରତ ଜେନା ଙ୍କ ନେତୃତ୍ୱରେ ଯୁବନେତା ଅସିତ ନନ୍ଦନ ମହାନ୍ତି, ତନ୍ମୟ ପୃଷ୍ଟି, ସମ୍ବିତ ପ୍ରଧାନ, ସୌରବ କୁମାର, ସିବାସୀଷ ରାଉତ, ଦିଲ୍ଲୀପ ଗିରି, କାର୍ଗିଲ ପ୍ରମୁଖ ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତା କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ । ଖେଲୋ ଇଣ୍ଡିଆ ବ୍ୟାନରରେ ୩ଦିନଧରି ଅନୁଷ୍ଠିତ ହୋଇଥିଲା ଖେଳ । ଏହି ପ୍ରତିଯୋଗିତାରେ ସମୁଦାୟ ୨୨ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ବିଜୟୀଙ୍କୁ ୧୫ହଜାର ଓ ମାନପତ୍ର ଏବଂ ରନର୍ସଅପ ଦଳକୁ ୧୦ହଜାର ଟଙ୍କା ଓ ମାନପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା ।
