କେନ୍ଦୁଝରରେ ବିଧାନସଭା ଗୃହ କମିଟି ସଦସ୍ୟ
କେନ୍ଦୁଝର : କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୩ ଦିନିଆ ଗସ୍ତରେ ବିଧାନସଭା ଗୃହ କମିଟି ସଦସ୍ୟ । ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ରାଉରକେଲା ବିଧାୟକ ସାରଦା ନାୟକ କେନ୍ଦୁଝରରେ ପହଂଚି ଛନ୍ତି । କେନ୍ଦୁଝରରେ କେତେକ ସ୍ପଂଜ କାରଖାନା ପରିଦର୍ଶନ କରିବା ପରେ ଗୃହ କମିଟି ସୁନ୍ଦରଗଡ଼ ଜିଲ୍ଲାକୁ ଗସ୍ତ କରିବେ । ମଙ୍ଗଳବାର ସେଠାରେ କେତେକ ଶିଳ୍ପ ସଂସ୍ଥା ପରିଦର୍ଶନ ପରେ ମଙ୍ଗଳବାର ଯୋଡ଼ା ଓ ବଡ଼ବିଲ ଅଂଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।
