ଏସିଆନ ଚାମ୍ପିଅନ୍ସ ଟ୍ରଫି : ଭାରତ ଚମ୍ପିଆନ, ରୋମାଞ୍ଚକ ଫାଇନାଲରେ ମାଲେସିଆକୁ ୪-୩ରେ ହରାଇଲା
ନୂଆଦିଲ୍ଲୀ : ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଚମ୍ପିଆନ । ହାରିବା ଖେଳକୁ ଅତିକ୍ରମ କରି ମାଲେସିଆକୁ ୪-୩ ଗୋଲରେ ହରାଇଲା ଭାରତ । ଏଥିସହ ଚତୁର୍ଥ ଥର ପାଇଁ ଭାରତ ଏସିଆନ ଚାମ୍ପିଅନ୍ସ ଟ୍ରଫି ଜିତି ନେଇଛି। ଏହା ପୂର୍ବରୁ ଭାରତ ୨୦୧୧, ୨୦୧୬ ଏବଂ ୨୦୧୮ରେ ଭାରତ ଏହି ଟ୍ରଫି ଜିତିଥିଲା । ୨୦୧୮ରେ ଫାଇନାଲ ରଦ୍ଦ ହେବା ପରେ ଭାରତ ଏବଂ ପାକିସ୍ତାନ ମିଳିତ ରୂପେ ବିଜେତା ରହିଥିଲେ ।
ଆରମ୍ଭରୁ ଉଭୟ ଟିମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମେ ଭାରତ ଗୋଲ ଦେଇଥିଲା। ଭାରତ ପକ୍ଷରୁ ଯୁଗରାଜ ସିଂଙ୍କ ଡ୍ରାଗ ଫ୍ଲିିକ ପ୍ରଥମ ଗୋଲାରେ ପରିଣତ ହୋଇଥିଲା। ୪ ମିନିଟ ପରେ ପ୍ରଥମ ଗୋଲ ଦେଇ ପରିଶୋଧ କରିଥିଲା ମାଲେସିଆ। ପ୍ରଥମ କ୍ବାର୍ଟରରେ ୧-୧ରେ ଖେଳ ବାରାବର ଥିଲା। ଦ୍ବିତୀୟ କ୍ବାର୍ଟର ଶେଷ ସୁଦ୍ଧା ମାଲେସିଆ ଦୁଇଟି ଗୋଲ ଦେଇ ୩-୧ରେ ଆଗରେ ରହିଥିଲା। ତୃତୀୟ କ୍ବାର୍ଟରରେ ଭାରତ ଆକ୍ରମଣାତ୍ମକ ଖେଳିଥିଲା। ବେଶ କିଛି ସମୟର ସଂଘର୍ଷ ପରେ ହରମନପ୍ରିତ ଓ ଗୁରଜନ୍ତ ସିଂ ଗୋଟିଏ ଲେଖାଏଁ ଗୋଲ ଦେଇ ଖେଳକୁ ୩-୩ ସମାନ ସ୍ଥିତିକୁ ଆଣିଥିଲା । ଚତୁର୍ଥ କ୍ବାର୍ଟର ଆରମ୍ଭରୁ ଉଭୟ ଟିମ କଡ଼ାମୁକାବିଲା କରିଥିଲେ । ଶେଷରେ ଭାରତ ଚତୁର୍ଥ ଗୋଲ ଦେଇ ମ୍ୟାଚ ଜିତି ନେଇଥିଲା। ଆକାଶଦୀପ ସିଂ ଭାରତ ପାଇଁ ବିଜୟ ସୂଚକ ଗୋଲ ଦେଇଥିଲା।
ଆୟୋଜକ ଟିମ୍ ଭାରତ ଏବଂ ମାଲେସିଆ ମଧ୍ୟରେ ଶନିବାର ଚେନ୍ନାଇର ମେୟର ରାଧାକୃଷ୍ଣନ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ମ୍ୟାଚର ୫୬ତମ ମିନିଟରେ ଆକାଶଦୀପଙ୍କ ଗୋଲ ଭାରତକୁ ୪-୩ରେ ବିଜୟୀ କରାଇଛି । ଦୁଇ ଟିମ୍ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଗୋଟିଏ ସମୟରେ ୧-୩ରେ ପଛରେ ଥିବା ଭାରତ ଶେଷରେ ୪-୩ ଗୋଲରେ ବିଜୟ ହାସଲ କରିଛି ।
ଭାରତ ମ୍ୟାଚ୍ରେ ଗୋଲ ସ୍କୋରିଂରୁ ଆରମ୍ଭ କରିଥିଲା । ମ୍ୟାଚ୍ରେ ଅଷ୍ଟମ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହାକୁ ଜୁଗରାଜ ସିଂ ଡ୍ରାଗଫ୍ଲିକରେ ଗୋଲ କରି ଭାରତକୁ ୧-୦ରୁ ଆଗୁଆ କରାଇଥିଲେ । ନବମ ମିନିଟରେ ସେ ଏହି ଗୋଲ ଦେଇଥିଲେ । ଏହାପରେ ମାଲେସିଆ କମବ୍ୟାକ କରି ୧୪ତମ ମିନିଟରେ ଗୋଟିଏ ଗୋଲ ଦେଇ ମ୍ୟାଚକୁ ୧-୧ରେ ବରାବର କରିଥିଲା । ଏହାର କିଛି ମିନିଟ୍ ପରେ ଭାରତକୁ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଟିମ୍ ଇଣ୍ଡିଆ ଏହାକୁ ଗୋଲରେ ପରିଣତ କରିପାରି ନଥିଲା ।
ମାଲେସିଆ ଦ୍ୱିତୀୟ କ୍ୱାର୍ଟରର ୧୮ ମିନିଟରେ ନିଜର ଦ୍ୱିତୀୟ ଗୋଲ ଦେଇଥିଲା । ରହୀମ ରାଜୀ ପେନାଲ୍ଟି କର୍ଣ୍ଣରକୁ ଡ୍ରାଗଫ୍ଲିକରେ ଗୋଲ କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆ ଟିମ ୨-୧ରେ ଆଗୁଆ ରହିଥିଲା । ଟିମ୍ ଇଣ୍ଡିଆର ନିରାଶ ଜନକ ଡିଫେନ୍ସ ପାଇଁ ମାଲେସିଆ ଟିମ୍ ଲଗାତାର କାଉଣ୍ଟର ଆଟାକ କରିଥିଲା । ଏହିପରି ମ୍ୟାଚର ପ୍ରଥମାର୍ଦ୍ଧରେ ମାଲେସିଆ ୩-୧ରେ ମ୍ୟାଚ୍ରେ ଆଗୁଆ ରହିଥିଲା ।
ତେବେ ମ୍ୟାଚ୍ରେ ତୃତୀୟ କ୍ୱାର୍ଟରରେ ଭାରତ ଜୋରଦାର କମବ୍ୟାକ୍ କରିଥିଲା । ଗୋଟିଏ ମିନିଟ୍ରେ ଭାରତ ଦୁଇଟି ଗୋଲ କରିବାରେ ସଫଳ ହୋଇଥିଲା । ମ୍ୟାଚ୍ର ୪୫ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନପ୍ରୀତ ସିଂ ଗୋଲ ଦେଇ ମ୍ୟାଚ୍କୁ ୩-୨କୁ ଆଣିଥିଲେ । ଏହି ମିନିଟ୍ରେ ହିଁ ଗୁରଞ୍ଜତ ସିଂ କାଉଣ୍ଟର ଆଟାକ୍ ଉପରେ ଫିଲ୍ଡ ଗୋଲ କରି ମ୍ୟାଚ୍କୁ ୩-୩ରେ ବରାବର କରିଥିଲେ । ଭାରତୀୟ ଟିମ୍ ଚତୁର୍ଥ କ୍ୱାର୍ଟର ୫୬ତମ ମିନିଟରେ ଚତୁର୍ଥ ଗୋଲ କରିଥିଲା । ଆକାଶଦୀପ ସିଂ କାଉଣ୍ଟର ଆଟାକରେ ଚମତ୍କାର ଫିଲ୍ଡ ଗୋଲ କରିଥିଲେ । ଏହାସହ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରିଛି ।
