ଏସିଆ କପ୍ ୨୦୨୩ : ବର୍ଷା ପରେ କଲୋମ୍ବାରେ ରନ ବର୍ଷା, ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଲା ଭାରତ
ରାହୁଲ-କୋହଲିଙ୍କ ଅପରାଜିତ ଶତକ, ଭାଙ୍ଗିଲେ ରେକର୍ଡ଼
ପାକିସ୍ତାନ ବୋଲରଙ୍କୁ ନିର୍ଧୁମ ପ୍ରହାର, ଭାରତର ବିଶାଳ ସ୍କୋର
କଲମ୍ବୋ : ଶ୍ରୀଲଙ୍କାର କଲୋମ୍ବାରେ ଖେଳା ଯାଉଥିବା ଏସିଆ କପ୍ ସୁପର-୪ର ବର୍ଷା ବାଧାପ୍ରାପ୍ତ ବହୁ ପ୍ରତୀକ୍ଷିତ ମୁକାବିଲାରେ ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଲା ଭାରତ । ଟପ୍ ଅର୍ଡର ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂ ବିଶେଷ କରି ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଦମଦାର ଶତକ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୩୫୬ ରନ କରିଛି। କୋହଲି ୧୨୨ ରନ ଓ କେଏଲ ରାହୁଲ ୧୧୧ ରନର ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି। ଶୁଭମନ ଗିଲ୍ ୫୮ ରନ ଓ ରୋହିତ ଶର୍ମା ୫୬ ରନ କରିଛନ୍ତି। ମ୍ୟାଚ୍ରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
ଗତକାଲି ବର୍ଷା ଯୋଗୁଁ ମ୍ୟାଚ ରିଜର୍ଭ ଡେ ପାଇଁ ରହିଥିଲା । ଆଜିର ମ୍ୟାଚ୍ କାଲି ବାକି ରହିଥିବା ଓଭର ଏବଂ ରନରୁ ଆରମ୍ଭ ହୋଇଥିଲା । ବର୍ଷା ଯୋଗୁ କାଲି ମ୍ୟାଚ୍ ଅଧାରୁ ବନ୍ଦ ହେବା ବେଳେ ରାହୁଲ ୧୭ ରନ କରିଥିଲେ । ରାହୁଲ ଏସିଆ କପର ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ କମବ୍ୟାକ୍ କରିଛନ୍ତି । ଏହି କମବ୍ୟାକ ମ୍ୟାଚରେ ରାହୁଲ ୧୧୧ ରନ କରିଥିବା ବେଳେ କୋହଲି ମଧ୍ୟ ୧୨୨ ରନ କରିଛନ୍ତି ।
ଆଇପିଏଲ୍ ପରେ କେଏଲ୍ ରାହୁଲ ଜବରଦସ୍ତ କମବ୍ୟାକ୍ କରିଛନ୍ତି । ଦୀର୍ଘ ୬ ମାସ ପରେ ରାହୁଲ ଟିମରୁ ଫେରି ଶତକ ମାରିଛନ୍ତି । ରାହୁଲ ୧୦୦ ବଲରେ ଅପରାଜିତ ୧୦୦ ରନ କରିଛନ୍ତି । ସେହିପରି ବିରାଟ କୋହଲି ମଧ୍ୟ ୮୪ ବଲରେ ୧୦୦ ରନ୍ କରି ଭାରତକୁ ଏକ ବଡ ସ୍କୋର ଦେଇଛନ୍ତି । ଏହି ମ୍ୟାଚରେ ଶତକ ମାରି ବିରାଟ କୋହଲି ଦିନିକିଆ କ୍ରିକେଟରେ ୪୭ ତମ ଶତକ ମାରି ୧୩୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ଉଭୟ ୧୯୩ ବଲରେ ୨୨୩ ରନ କରିଛନ୍ତି । ରବିବାର ପରି ସୋମବାର ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ ପ୍ରଭାବିତ ହୋଇଥିଲା । ମ୍ୟାଚ ଅପରାହ୍ଣ ୩ଟା ସମୟରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ମ୍ୟାଚ ଆରମ୍ଭ ହୋଇଥିଲା ।
ଭାରତ ଗତକାଲିର ନିଜର ଅପରାଜିତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା । ଦୁଇ ବ୍ୟାଟର୍ ବିରାଟ କୋହଲି ଓ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରିଛନ୍ତି । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ଶୁବମନ ଗିଲ ଏବଂ ରୋହିତ ଶର୍ମା ଅର୍ଦ୍ଧଶତକ ମାରିଥିଲେ । ୨୪.୧ ଓଭରରେ ୧୪୭/୨ ରନ କରିଥିବା ବେଳେ ବର୍ଷା ହୋଇଥିଲା । ଫଳରେ ଖେଳକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା । ଆଉ ରିଜର୍ଭ ଡେ ପାଇଁ ରଖାଯାଇଥିଲା ।
ଗତକାଲିର ଅସମାପ୍ତ ଖେଳ ୨୪.୧ ଓଭର ୧୪୭/୨ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ବିରାଟ କୋହଲି ୮ ରନ ଓ କେଏଲ ରାହୁଲ ୧୭ ରନ କରି କ୍ରିଜରେ ଅପରାଜିତ ଥିଲେ। ଆଜି ଆରମ୍ଭରୁ କିଛି ସମୟ ଦେଖିଚାହିଁ ବ୍ୟାଟିଂ କରିଥିଲେ ଦୁଇ ବ୍ୟାଟର। କ୍ରିଜରେ ଜମିବା ପରେ ହାତ ଖୋଲିବା ଆରମ୍ଭ କରିଥିଲେ ଲୋକେଶ ରାହୁଲ ଓ କୋହଲି। ଏହି କ୍ରମରେ ପ୍ରଥମେ ଲୋକେଶ ରାହୁଲ ଏବଂ ପରେ ବିରାଟ କୋହଲି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟ ପାକିସ୍ତାନ ବୋଲରଙ୍କୁ ପ୍ରହାର କରି ମ୍ୟାଚ୍ରେ ସଂପୂର୍ଣ୍ଣ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ଲୋକେଶ ରାହୁଲ ଚମତ୍କାର ବ୍ୟାଟିଂ ଦିନିକିଆ କ୍ୟାରିୟରରେ ଷଷ୍ଠ ଶତକ ହାସଲ କରିଛନ୍ତି। ତାଙ୍କ ପରେ ପରେ ବିରାଟ କୋହଲି ନିଜର ଫର୍ମ ବଜାୟ ରଖି ଦିନିକିଆ ଅନ୍ତର୍ଜାତୀୟରେ ୮୪ ବଲ୍ରୁ ୪୬ତମ ଶତକ ପୂରଣ କରିଛନ୍ତି। ଏହିପରି ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ରେ ୧୯୪ ବଲ୍ରୁ ୨୩୩ ରନର ଦ୍ଵିଶତକୀୟ ଭାଗିଦାରୀ ଯୋଡ଼ିଛନ୍ତି। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୩୫୬ ରନ କରିଛି। ବିରାଟ କୋହଲି ୯୪ ବଲ୍ରୁ ୯ ଚୌକା ଓ ୩ ଛକା ସହ ୧୨୨ ରନ ଏବଂ ରାହୁଲ ୧୦୬ ବଲ୍ରୁ ୧୨ ଚୌକା ଓ ୨ ଛକା ଜରିଆରେ ୧୧୧ ରନର ଦର୍ଶନୀୟ ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି।
ସୂଚନା ଯେ, ଏହି ମୁକାବିଲାରେ ଟସ୍ ଜିତି ବାବର ଆଜମ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳକୁ ମଜବୁତ ଆରମ୍ଭ ଦେଇଛନ୍ତି। ଦୁଇ ବ୍ୟାଟର ପାକିସ୍ତାନ ବୋଲରଙ୍କୁ ପ୍ରହାର କରି ଚାପରେ ରଖିଥିଲେ। ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଂରେ ଶତକୀୟ ଭାଗିଦାରୀ କରି ଭାରତର ସ୍ଥିତି ମଜବୁତ କରିଥିଲେ। ଦୁଇ ଓପନିଂ ବ୍ୟାଟର ଥମ ଓ୍ଵିକେଟ୍ ପାଇଁ ୧୨୧ ରନ ଯୋଡ଼ିଥିଲେ। ମ୍ୟାଚ୍ରେ ଭାରତୀୟ ଅଧିନାୟକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ରୋହିତ ୪୯ ବଲ୍ରେ ବିସ୍ଫୋରକ ୫୬ ରନର ଇନିଂସ ଖେଳିଛନ୍ତି। ଏଥିରେ ୪ ଛକା ଓ ୬ ଚୌକା ସାମିଲ୍। ରୋହିତ ୪୨ ବଲ୍ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍ ୫୨ ବଲ୍ରୁ ୧୦ ଚୌକା ସହ ୫୮ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ରୋହିତ ଶର୍ମାଙ୍କ ପରେ ଦଳୀୟ ସ୍କୋର ୧୨୩ରେ ଗିଲ୍ ଆଉଟ୍ ହୋଇଥିଲେ। ୨୪.୧ ଓଭରରେ ଭାରତ ୨ ଓ୍ଵିକେଟ୍ ବିନିମୟରେ ୧୪୭ ରନ କରିଥିବା ବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା।
