‘ସେଲ୍’ର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଅଶୋକ ତ୍ରିପାଠୀ
ଭୁବନେଶ୍ୱର : ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ‘ସେଲ୍’ର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଅଶୋକ ତ୍ରିପାଠୀ । ମହାରତ୍ନ କଂପାନୀ ‘ସେଲ୍’ର ଦେଶରେ ୮ଟି ବୃହତ୍ତ ଇସ୍ପାତ୍ କାରଖାନା ରହିଛି, ଯେଉଁଥିରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ହେଉଛି ଅନ୍ୟତମ।
ସୂଚନା ଯେ, ଶ୍ରୀ ତ୍ରିପାଠୀ ୧୯୮୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ। ତାଙ୍କର ସକାରାତ୍ମକ ଯୋଗଦାନ ଯୋଗୁଁ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇପାରିଛି। ଭୂ ଓ ରାଜସ୍ୱ ବିଭାଗରେ ଶ୍ରୀ ତ୍ରିପାଠୀଙ୍କର ଦକ୍ଷତାମ ରହିଛି। ଶିଳ୍ପ, ପର୍ଯ୍ୟଟନ, ସଂସ୍କୃତି, ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତିର ବିକାଶମୂଳକ କାର୍ଯ୍ୟରେ ତାଙ୍କର ଯୋଗଦାନ ଉଲ୍ଲେଖଯୋଗ୍ୟ। ବିଭିନ୍ନ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ଯୋଗୁଁ କେନ୍ଦ୍ର ସରକାରଙ୍କ ଇସ୍ପାତ୍ ମନ୍ତ୍ରାଳୟ ଶ୍ରୀ ତ୍ରିପାଠୀଙ୍କୁ ସେଲ୍ରେ ସ୍ୱାଧୀନ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରିଛନ୍ତି।
