ଓଡ଼ିଶାର ଆଉ ଏକ ସଫଳତା : ବିଏଚ୍ ସିରିଜ୍ ଗାଡ଼ି ପଞ୍ଜୀକରଣରେ ଦେଶରେ ଆଗୁଆ
FILE- In this Jan. 16, 2016, file photo, vehicles move slowly through a traffic intersection after the end of a two-week experiment to reduce the number of cars to fight pollution in in New Delhi, India. India is grappling with two public health emergencies: critically polluted air and the pandemic. Nowhere is this dual threat more pronounced than in the Indian capital New Delhi, where the spike in winter pollution levels has coincided with a surge of COVID-19 cases. (AP Photo/Altaf Qadri, File)
ଭୁବନେଶ୍ୱର : ଓଡ଼ିଶାର ଆଉ ଏକ ସଫଳତା । ବିଏଚ୍ ସିରିଜ୍ ଗାଡ଼ି ପଞ୍ଜୀକରଣରେ ଦେଶରେ ଆଗୁଆ ହୋଇଛି ଓଡ଼ିଶା। ନଭେମ୍ବର ୧୦ତାରିଖସୁଦ୍ଧା ସାରା ଦେଶରେ ୧୮୨ଟି ନୂଆ ଗାଡ଼ିର ବିଏଚ୍ ସିରିଜ୍ ପଞ୍ଜୀକରଣ ହୋଇଥିବାବେଳେ ଏଥିରେ ଓଡ଼ିଶାର ୮୧ଟି ଗାଡ଼ି ଅଛି। ଯାହା ମୋଟ୍ ପଞ୍ଜୀକରଣର ୪୫%। ଓଡ଼ିଶାରେ ଦେଶର ସବୁଠୁ ଅଧିକ ଗାଡ଼ି ବିଏଚ୍ ସିରିଜ୍ ପଞ୍ଜୀକରଣ ହେବା ଏବେ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।
ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁର, ହାଇଦ୍ରାବାଦ ଭଳି ବଡ଼ ବଡ଼ ସହରକୁ ପଛରେ ପକାଇ ଓଡ଼ିଶା ଏହି ତାଲିକାରେ ଆଗରେ ଥିବାରୁ ରାଜ୍ୟ ସରକାର ଏହି ପଞ୍ଜୀକରଣ ସଂଖ୍ୟା ଆହୁରି ବଢ଼ାଇବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। କେତେକ ରାଜ୍ୟରେ ବିଏଚ୍ ସିରିଜ୍ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇନଥିବାରୁ ବାହାରେ ରାଜ୍ୟରେ ଓଡ଼ିଆମାନେ ହଇରାଣ ହେଉଛନ୍ତି। ତେଣୁ ବାହାର ରାଜ୍ୟରେ ଓଡ଼ିଆମାନେ ଗାଡ଼ି କିଣିଲେ ସେଠାରେ ସାମୟିକ ପଞ୍ଜୀକରଣ କରି ନମ୍ବର ଆଣିଲେ ଓଡ଼ିଶାରେ ବିଏଚ୍ ସିରିଜ୍ ପଞ୍ଜୀକରଣ କରିପାରିବେ। ସୂଚନା ଯେ, ବାହାର ରାଜ୍ୟକୁ ଗାଡ଼ି ନେଇକି ଗଲେ ବି ପୁଣି ସେଠାରେ ଯେପରି ପଞ୍ଜୀକରଣ କରିବାକୁ ପଡ଼ିବନି ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଏଚ୍ ସିରିଜ୍ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ୨୦୨୧ ସେପ୍ଟେମ୍ବର ୧୫ରେ ବିଏଚ୍ ସିରିଜ୍ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିଥିବାବେଳେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହାକୁ ଲାଗୁ କରିଥିଲା। ବିଏଚ୍ ସିରିଜ୍ ପଞ୍ଜୀକରଣ କରିବା ପାଇଁ ଗାଡ଼ିର ମାଲିକ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ କର୍ମଚାରୀ ହୋଇଥିବେ କିମ୍ବା କୌଣସି ପିଏସ୍ୟୁରେ କାମ କରୁଥିବା ଦରକାର। ଯେଉଁ ସଂସ୍ଥାରେ କାମ କରୁଥିବେ ତା’ର ୪ଟି ରାଜ୍ୟରେ ଅଫିସ୍ ଥିବ। ଓଡ଼ିଶାରେ ଏବେ ଗାଡ଼ି କିଣିଲେ ୧୫ବର୍ଷ ପାଇଁ ଟିକସ ଦେବାକୁ ପଡ଼ୁଥିବାବେଳେ ବିଏଚ୍ ସିରିଜ୍ ପଞ୍ଜୀକରଣରେ ଦୁଇ ବର୍ଷ ଟିକସ ଦେବାକୁ ପଡ଼ିବ।
