ଅରୁଣୋଦୟ ନଗର ନାଗରିକ ପରିଷଦର ୩୮ତମ ବାର୍ଷିକ ମିଳନ ଓ ବସନ୍ତୋତ୍ସବ
କଟକ : ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଅରୁଣୋଦୟ ନଗର ନାଗରିକ ପରିଷଦର ପ୍ରକୋଷ୍ଠରେ ସଭାପତି ଡା. ନିରଂଜନ ପରିଡାଙ୍କ ପୈାରୋହିତ୍ୟରେ ଅରୁଣୋଦୟ ନଗର ନାଗରିକ ପରିଷଦର ୩୮ତମ ବାର୍ଷିକ ଉତ୍ସବ ଓ ବସନ୍ତ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍ତନ ବିଧାୟକ ପ୍ରଭାତ ବିଶ୍ୱାଳ ଉଦଘାଟକ, ମୁଖ୍ୟ ଅତିଥି ମେୟର ସୁବାସ ସିଂହ, ମୁଖ୍ୟବକ୍ତା ଭାବେ ପ୍ରଫେସର ବୈଷ୍ଣବ ଚରଣ ସାମଲ, କର୍ପୋରେଟର ପ୍ରଦୀପ୍ତ କୁମାର ଖୁଣ୍ଟିଆ ଓ ଗୋପାଳଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ । ପରିଷଦର ଯୁଗ୍ମ ସଂପାଦକ ମହେଶ୍ୱର ମହାନ୍ତି ଓ ଲକ୍ଷ୍ମୀଧର ଦାସଙ୍କ ସୋତ୍ସ ପାଠରେ ଅତିଥିମାନେ ଉତ୍ସବକୁ ଉଦଘାଟନ କରିଥିଲେ । ସଂଯୋଜକ ସମରେନ୍ଦ୍ର ବୋଷ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ପରିଷଦର ମୁଖପତ୍ର ଅରୁଣଜ୍ୟୋତି ଲୋକାର୍ପଣ କରାଯାଇଥିଲା । ଏହାର ମୁୁଖ୍ୟ ସଂପାଦକ ଦୈତାରୀ ସାହୁ ପତ୍ରିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେକ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦୀନବନ୍ଧୁ ପ୍ରଧାନ, ଶ୍ୟାମସୁନ୍ଦର ସାହୁ, ଦୋଳଗୋବିନ୍ଦ ମହାରଣା, ଅକ୍ଷୟ ରାଉତ, କୈଳାସ ରାଉତ, ଅଲେଖ ରାଉତ, ଉପସଭାପତି ସୁଧିର ମହାନ୍ତି, ଯୁଗ୍ମ ସଂପାଦକ ମାନଗୋବିନ୍ଦ ସାମଲ, କୋଷାଧ୍ୟକ୍ଷ ପ୍ରମେଶ୍ୱର ପଣ୍ଡା ପରିଚାଳନା କରିଥିଲେ । ଏହି ଅବସରରେ ପ୍ରାକ୍ତନ ବିଧାୟକ ଶ୍ରୀ ବିଶ୍ୱାଳ ଅରୁଣୋଦୟ ନଗରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାୟକ ସୈାଭିକ ବିଶ୍ୱାଳଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପରିଷଦକୁ ପ୍ରଦାନ କରିଥିଲେ ।
