ଖାଦ୍ୟ ପ୍ରସ୍ତୁତି ନେଇ ଯୁକ୍ତି : ସିଆରପିଏଫ ଏସଆଇଙ୍କୁ ହତ୍ୟା କଲେ କନଷ୍ଟେବଳ
ମୁଲୁଗୁ : ଖାଦ୍ୟ ପ୍ରସ୍ତୁତି ନେଇ ଯୁକ୍ତି ବେଳେ ସିଆରପିଏଫ ଏସଆଇଙ୍କୁ ହତ୍ୟା । ଜଣେ କନଷ୍ଟେବଳ ଏସଆଇଙ୍କୁ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସିଆରପିଏଫ ଏସଆଇଙ୍କ ମୃତ୍ୟୁ ଘଟିଛି ।
ଆନ୍ଧ୍ର ପ୍ରଦେଶ ମୁଗୁଲୁ ଜିଲ୍ଲା ଭେଙ୍କଟାପୁରମ୍ ଜୋନରେ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳେ ଦୁଇ ବନ୍ଧୁ 39 ତମ ବାଟାଲିୟନର ଏସଆଇ ଉମେଶ ଚନ୍ଦ୍ର ଓ ସିଆରପିଏଫ୍ ଏବଂ ମେସେଜ୍ ଦାୟିତ୍ବରେ ଥିବା କନଷ୍ଟେବଳ ଷ୍ଟିଫେନଙ୍କ ମଧ୍ୟରେ ଖାଦ୍ୟ ପ୍ରସ୍ତୁତିକୁ ନେଇ ସାମାନ୍ୟ ବଚସା ହୋଇଥିଲା । ଉଭୟଙ୍କ ମଧ୍ୟରେ ବଚସା ପରେ ହତ୍ୟାର ରୂପ ନେଲା । ବନ୍ଧୁ କନେଷ୍ଟବଳ ଜଣକ ଗୁଳି କରି ଏସଆଇଙ୍କୁ ହତ୍ୟା କରିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏସଆଇଙ୍କୁ ହତ୍ୟା କରିବା ପରେ ସେ ନିଜ ଉପରେ ଗୁଳି ଚଳାଇ ଗୁରୁତର ହୋଇଛନ୍ତି |
କନେଷ୍ଟବଳଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟ ଯବାନମାନେ ଡାକ୍ତରଖାନା ନେଇଥିଲେ । ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ହୋଇଥିବାରୁ ଶୀଘ୍ର ୱାରଙ୍ଗାଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ । ତେବେ ଉମେଶ ବିହାରର ବାସିନ୍ଦା ହୋଇଥିବାବେଳେ ଷ୍ଟିଫେନ ତାମିଲନାଡ଼ୁର ବାସିନ୍ଦା ଅଟନ୍ତି । ତଦନ୍ତ ପରେ ଘଟଣାର ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ମୁଗୁଲୁ ଏସିପି ସୂଚନା ଦେଇଛନ୍ତି ।
