ରାଜ୍ୟରେ ଆଉ ୧୨୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଖସୁଛି ସଂକ୍ରମଣ । ତଳ ମୁହାଁ କରୋନାର ଦୈନିକ ସଂକ୍ରମଣ। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟାରେ ୧୨୮ କରୋନା ସଂକ୍ରମିତ ଚିହ୍ନଟ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୫୬୧୫ଜଣକୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୨ ଜଣ ୧୮ ବର୍ଷରୁ କମ ବୟସ୍କ ରହିଛନ୍ତି । ସଙ୍ଗରୋଧରୁ ୭୩ ଓ ସ୍ଥାନୀୟ ଅଞ୍ଚଳରୁ ୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଖୋର୍ଦ୍ଧାରୁ ୧୩ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୪, ବାଲେଶ୍ବରରୁ ୮, କଟକରୁ ୪, ଗଜପତିରୁ ୧୯, ଯାଜପୁରରୁ ୨, ଝାରସୁଗୁଡାରୁ ୨୨, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୮, କୋରାପୁଟରୁ ୭,ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୫, ନୟାଗଡରୁ ୧, ନୂଆପଡାରୁ ୩,ପୁରୀରୁ ୧, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୧୧, ଷ୍ଟେଟପୁଲରୁ ୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୧୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୪୭୫୬ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୯୪୫୨୦୨୪ସାମ୍ପୁଲ ଟେଷ୍ଟ୍ ହୋଇଛି ।
