ବଉଳପାଳ ପ୍ରାଥମିକ ସ୍କୁଲରେ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ଅଧୀନ ବଉଳପାଳ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ପାଟଣାସାହି ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଧରଣୀଧର ଦାସ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢ, ମୁଖ୍ୟବକ୍ତା ଭାବେ ଶିକ୍ଷକ ସଂଘ ସମ୍ପାଦକ ରମାକାନ୍ତ ଦାସ ଯୋଗ ଦେଇ କ୍ରୀଡ଼ା ଓ ବିଭିନ୍ନ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଓ ଶାରିରୀକ ବିକାଶ ଘଟାଇଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ସିଆରସିସି ବସନ୍ତ କୁମାର ବେହେରା, ମୂରଲୀଧର ଦାସ, ରଚିତା ଦାସ, ସଂଜୀବ ସାହୁ, ରତ୍ନାକର ଧଳ, ଲକ୍ଷ୍ମଣ ପରିଡ଼ା, ମାନସୀ ପଣ୍ଡା, ସସ୍ମିତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସିଆରସିସି ଶ୍ରୀନାଥ ମଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ପଞ୍ଚାନନ ଦାସ ବିବରଣୀ ପାଠ କରିଥିଲେ । ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ ।
