ଝାରସୁଗୁଡା ଜିଲ୍ଳା ଯୁବ ରେଡକ୍ରସର ବାର୍ଷିକ ଅଧିବେଶନ ଅନୁଷ୍ଠିତ
ଝାରସୁଗୁଡା : ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ଠାରେ ଝାରସୁଗୁଡ଼ା ଜିଲ୍ଲାର ଯୁବ ରେଡକ୍ରସର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଉଛି। ଜିଲ୍ଳାର ସମସ୍ତ ଯୁକ୍ତ ଦୁଇ ଓ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁବ ରେଡକ୍ରସ୍ ସଂଯୋଜକ ଯୋଗଦେଇ ଆଗମୀ ବର୍ଷର କାର୍ଯ୍ୟପନ୍ଥା ନିର୍ଧାରଣ କରିବା ସହିତ ଆଗମୀ ଦିନରେ ଜିଲ୍ଲାର ଯୁବ ରେଡକ୍ରସ୍ କୁ ସକ୍ରିୟ କରିବାକୁ ଉପସ୍ଥିତ ସଂଯୋଜକ ଓ ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ। ଆଗାମୀ ବର୍ଷ ସମସ୍ତ ଯୁକ୍ତ ତିନି କଲେଜରେ ରକ୍ତଦାନ ଶିବିର ଓ ଯୁକ୍ତ ଦୁଇ କଲେଜରେ ସଡ଼କ ସୁରକ୍ଷ ଓ ବୃକ୍ଷ ରୋପଣ କାର୍ଯକ୍ରମ କରିବା ସହିତ ଏଡସ ସଚେତନତାକୁ ବ୍ୟାପକ କରିବା ସହିତ କରୋନା ସମର୍କିୟ କାର୍ଯ୍ୟଶାଳା କରାଯିବ। ଏହି କାର୍ଯକ୍ରମ କୁ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର କୁମାର ପଣ୍ଡା ତଥା ଜିଲ୍ଲା ଯୁବ ରେଡକ୍ରସ୍ ର ସଭାପତି ଉତଘାଟନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ଅଧ୍ୟାପକ ସୁରେନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପ୍ରଦାନ କରିବା ସହିତ କାର୍ଯ ଖସଡ଼ା ଉପସ୍ଥାପନା କରିଥିଲେ। ବରିଷ୍ଠ ପ୍ରାଧ୍ୟାପକ ଡ ସରୋଜ କୁଅଁର ରେଡକ୍ରସର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯକ୍ରମରେ କୁଲାବିରା କଲେଜ ଅଧ୍ୟକ୍ଷ ଡ଼ ମେଘନାଥ ପଟେଲ, ଭାତଲଇଡା କଲେଜ ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ପଟେଲ, ବ୍ଲାକ ଡ଼ାଏମଣ୍ଡ କଲେଜ ଅଧ୍ୟକ୍ଷ ଶ୍ରୀ ବିଭୁଦତ୍ତ ପ୍ରଧାନ ନିଜସ୍ଵ ଅନୁଭୂତି ଓ ରେଡକ୍ରସର ଆବଶ୍ୟକତା ଉପରେ ମତ ରଖିଥିଲେ। ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାର ଯୁବ ରେଡକ୍ରସ୍ ସଂଯୋଜକ ଡ ମନୀଷ ଦ୍ୱିବେଦୀ କାର୍ଯକ୍ରମ ଆୟୋଜନ କରିଥିବା ବେଳେ ସଂଜୋଜିକା ଡ ଦୀପଶିଖା ସୋହେଲା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
