ଖଇରା ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷୀକ କ୍ରିଡା
ଖଇରା : ବାଲେଶ୍ୱର ଜିଲା ଅଧୀନ ଖଇରାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷୀକ କ୍ରିଡା ବୁଧବାର ଦିନ ଉଦ୍ଘାଟିତ ହୋଇ ଯାଇଛି । ପରିଚାଳନା କମିଟିର ସଭାପତି ରାଧାକାନ୍ତ ପାତ୍ର କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ପ୍ରଧାନାଚାର୍ଯ୍ୟ ଶଶିକାନ୍ତ ଦାସ କ୍ରୀଡା ଛାତ୍ରୀଛାତ୍ରଙ୍କ ଜିବନକୁ ଶୃଙ୍ଖଳିତ କରିଥାଏ ବୋଲି ପ୍ରକାଶ କରିଥିଲେ । ଦେବେନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୭୨ଜଣ ଛାତ୍ରୀଛାତ୍ର ଙ୍କ ମଧ୍ୟରେ ଦୌଡ,ଲମ୍ବଡିଆଁ,ଉଚ୍ଚ ଡିଆଁ,ବୁରା ଦୌଡ,ଆଲିଚାମୁଚ,ଗଣିତ ଦୌଡ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତ୍ତି ପିଲା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଗୁରୁବାର ଉଦ୍ଯାପିତ ହେବ । ଗୁରୁମା ଅହଲ୍ୟା ପାଣି,ସବିତା ମହାନ୍ତି,ଇତିଶ୍ରୀ ନାୟକ,ମନୋରମା ଗିରି ଗୁରୁଜୀ ପଙ୍କଜ ମହାନ୍ତି,ବଳରାମ ଲେଙ୍କା,ତାପସ ନାୟକ,ପ୍ରଭାକର ଓଝା ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ ।
