ଅନୀଲ ପାଣ୍ଡେକୁ ମୋଷ୍ଟ ୱାଣ୍ଟେଡ ଭାବେ ଘୋଷଣା କଲା ଏସଟିଏଫ୍
ମୋବାଇଲ ନମ୍ବର ଜାରି, ଖବର ଦେବା ପାଇଁ ପୁରସ୍କାର ରାଶି ଘୋଷଣା
ଭୁବନେଶ୍ବର : ଏସଟିଏଫ୍ ଅନୀଲ ପାଣ୍ଡେକୁ ମୋଷ୍ଟ ୱାଣ୍ଟେଡ ଭାବେ ଘୋଷଣା କଲା। ମୋଷ୍ଟ ୱାଣ୍ଟେଡ ଅନୀଲ ପାଣ୍ଡେ ବିଷୟରେ ଖବର ଦେବା ପାଇଁ ଏସଟିଏଫ୍ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି। ଅନୀଲ ବିଷୟରେ ଖବର ଦେବା ପାଇଁ ମୋବାଇଲ ନମ୍ବର ଜାରି ହୋଇଛି।
ଅନୀଲ ସଂପର୍କରେ ଖବର ଦେବା ଲୋକର ନାମକୁ ଗୋପନ ରଖାଯିବ ବୋଲି କୁହାଯାଇଛି। ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛାଚିନା ଗ୍ରାମରେ ନିଶା କାରବାରର ବାଦଶାହା ଅନୀଲ ପାଣ୍ଡେର ଘର। ମୋଷ୍ଟ ୱାଣ୍ଟେଡ ଅନୀଲ ପାଣ୍ଡି ଦୀର୍ଘ ଦିନ ଧରି ଏସଟିଏଫକୁ ଚକମା ଦେଇ ଲୁଚି ବୁଲୁଛି ।
