କଣ୍ଟାପାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
ବାରିପଦା : ସରକାରୀ ଉଚ୍ଚ ବିଦ୍ୟାଳୟ କଣ୍ଟାପାଳ ତରଫରୁ ଏକ ଶିକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତକ୍ଷଭ ମିଶ୍ର ଙ୍କ ନେତୃତ୍ୱରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା କର୍ମଚାରୀ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ସଭ୍ୟାଗଣ ଶିକ୍ଷା ଅଧିକାର ନିୟମ ୨୦୧୦ ଅନୁଯାୟୀ ଶିକ୍ଷା ବିଷୟରେ ଥିବା ମୁଖ୍ୟ ଉଦ୍ଦେଶ୍ୟ ଗୁଡିକୁ ପ୍ଲାକାର୍ଡ ରେ ସ୍ଥାନିତ କରି ବିଭିନ୍ନ ସ୍କୋଗାନ ଦେଇ ଗ୍ରାମ ପରିକ୍ରମା କରିବା ସହ ଗ୍ରାମବାସୀ ମାନଙ୍କୁ ସେମାନଙ୍କର ପିଲାମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଉତ୍ସାହିତ କରିଥିଲେ । ବରିଷ୍ଠ ଶିକ୍ଷକ ଆଶିଷ ରଂଜନ ବାସୁରୀ, ମୃତ୍ୟୁଞ୍ଜୟ ପ୍ରଧାନ ,ଅର୍ଜୁନ କୁମାର ନାଏକ, ପ୍ରତାପ ଚନ୍ଦ୍ର ଧଡ଼ା ,ଶିକ୍ଷୟିତ୍ରୀ ଦେବସ୍ମିତା ମହାନ୍ତ ଓ ସୁମିତ୍ରା ତରେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
