ମାଷ୍ଟର ଏଥଲେଟିକ ଗ୍ରୁପ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ଓ ଛଉ ପଡିଆରେ ମାଷ୍ଟର ଏଥଲେଟିକ ଗ୍ରୁପ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଓ ଏହି ପ୍ରତିଯୋଗିତାକୁ ଅବସରପ୍ରାପ୍ତ ଏକ୍ସାଇଜ କମିଶନର ରବୀନ୍ଦ୍ର ନାଥ ସିଂହ ଉଦଘାଟନ କରିବା ସହ କୁନିକୁନି ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ୫ ରୁଆରମ୍ଭ କରି ୫୦ ବର୍ଷରୁ ଉର୍ଦ୍ଧ ଉଭୟ ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୧୫୦ ଜଣ ଅଂଶ ଗ୍ରହଣ କରିଥିଲେ ଓ ୪୦ ମି ଦୌଡ଼ାରେ ଦୀପଙ୍କର ନାଏକ, ୫୦ ମି ରେ ଋତୁରାଣୀ ମାରାଣ୍ଡି, ଅଜୟ କୁମାର ସିଂ ଓ ରାଜଲକ୍ଷ୍ମୀ ମହାନ୍ତ, ୧୦୦ମି ରେ ରୋହିତ କୁମାର ଆଚାର୍ଯ୍ୟ, ବୈଷ୍ଣବୀ ଦେବୀ ସିଂହ, ପ୍ରତୀକ ମହାନ୍ତ, ୮୦୦ ମି ରେ ମୁକୁନ୍ଦ ହେମ୍ବ୍ରମ, ଓମ ପ୍ରକାଶ ଦଳେଇ, ୧୬୦୦ମି ରେ ଓମ ପ୍ରକାଶ ଦଳେଇ, ୧୬୦୦ ମି ୱାଲ୍କରେ ରାଜଲକ୍ଷ୍ମୀ ମହାନ୍ତ, ସ୍ୱାତୀ ମହାନ୍ତ, ଡ଼ିସକାସ ଥ୍ରୋ ରେ ପ୍ରଶାନ୍ତ କୁମାର ଦାସ, ଫୁଲମଣୀ ମୁର୍ମୁ, ସଟପୁଟ ଥ୍ରୋ ରେ ସୌରୀ ଟୁଡୁ, ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ଓ ଉଦଯାପନୀ ଉତ୍ସବରେ ଅତିଥି ଭାବେ ମୟୁରଭଂଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସମ୍ମାନିତ ଅତିଥି ଭାବରେ ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ ଓ ବରିଷ୍ଠ ସଦସ୍ୟ ଉମେଶ ସାହୁ ଯୋଗଦେଇ ପୁରସ୍କାର ବିତରଣ କରିବା ସହ ସଂସ୍ଥାର ଏଭଳି ପ୍ରାୟସକୁ ପ୍ରଶଂସା କରିଥିଲେ ଓ ଦଲନ ଚନ୍ଦ୍ର କୁଅଁର ଦେଓଙ୍କ ନେତୃତ୍ୱରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବନମାଳୀ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I
