୧୮ ବର୍ଷ ପରେ ମହାକାଶରେ ଦେଖାଯିବ ଆଶ୍ଚର୍ଯ୍ୟଜନକ ଦୃଶ୍ୟ, ଜାଣନ୍ତୁ କ’ଣ ରହିଛି ପୁରା ଘଟଣା
ନୂଆଦିଲ୍ଲୀ: ସମୟ ସମୟରେ ମହାକାଶରେ ଆଶ୍ଚର୍ଯ୍ୟଜନକ ଏବଂ ବିରଳ ଘଟଣା ଘଟେ । ଏହି ଚମତ୍କାର ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ମହାକାଶରେ ଏକ ଧାଡିରେ ଗ୍ରହମାନଙ୍କର ଆଗମନ । ଏହି ମାସରେ ଆପଣ ଆକାଶରେ ଏକ ବିରଳ ଏବଂ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ପାଇବେ । ପାଞ୍ଚଟି ଗ୍ରହ ମହାକାଶରେ ଏକ ଲାଇନରେ ଦୃଶ୍ୟମାନ ହେବେ । ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଏକ ଧାଡିରେ ଥିବାର ଦେଖାଯିବେ ।
ତଥାପି, ପୃଥିବୀରୁ ଆକାଶରେ ଏହି ବିରଳ ଦୃଶ୍ୟ ଦେଖିବାକୁ ଦୂରବୀକ୍ଷଣ ଯନ୍ତ୍ର ଏବଂ ବୈଜ୍ଞାନିକ ଯନ୍ତ୍ରଗୁଡ଼ିକ ଆବଶ୍ୟକ ତେଣୁ, ଚମତ୍କାର ଦୃଶ୍ୟ ଦେଖିବା ପାଇଁ ଏକ ଦୂରବୀକ୍ଷଣ ଯନ୍ତ୍ର ଆବଶ୍ୟକ । ଏହି ଦୃଶ୍ୟ ପୁରା ସକାଳୁ ଗୋଟିଏ ପରେ ଗୋଟିଏ ଦେଖିବାକୁ ମିଳିବେ । ୧୮ ବର୍ଷ ପରେ, ଏହି ଦୃଶ୍ୟ ମହାକାଶରେ ଦେଖାଯିବ । ଏହାପୂର୍ବରୁ ଏହି ଦୃଶ୍ୟ ଡିସେମ୍ବର ୨୦୦୪ ରେ ଶେଷ ଥର ପାଇଁ ଦେଖାଯାଇଥିଲା । ସବୁଠୁ ବଡ କଥା ହେଉଛି ଏଥର ବୁଧ ଏବଂ ଶନି ମଧ୍ୟରେ ଦୂରତା ମଧ୍ୟ ବହୁତ କମ୍ ରହିବ ।
ସ୍କାଏ ଆଣ୍ଡ ଟେଲିସ୍କୋପ୍ର ପର୍ୟ୍ୟବେକ୍ଷକ ଡାଏନା ହାନିକେନ୍ କୁହନ୍ତି, ପାଞ୍ଚଟି ଗ୍ରହ ଏପରି ସିଧା ଲାଇନରେ ଆସିବା ବିରଳ ନୁହେଁ । ଏହି ଗ୍ରହଗୁଡିକୁ ଶେଷ ଥର ପାଇଁ ୨୦୦୪ ମସିହାରେ ସିଧା ଲାଇନରେ ଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଗ୍ରହମାନେ ୧୮ ବର୍ଷ ପରେ ପୁଣି ଏକାଠି ହେବେ । ଜୁନ୍ ୨୪ରେ ଏହି ଦୃଶ୍ୟ ସୂର୍ୟ୍ୟୋଦୟ ହେବାର ୩୦ ମିନିଟ୍ ପୂର୍ବରୁ ଦେଖିବାକୁ ମିଳିବ ।
