ମିଶନ ଶକ୍ତି ଗୋଷ୍ଠିଙ୍କୁ କାର୍ଯ୍ୟାଦେଶ ଆବଣ୍ଟନ
ବାରିପଦା : ମୁକ୍ତା ଯୋଜନାରେ ବାରିପଦା ପୌରପାଳିକାର ବିଭିନ୍ନ ପାର୍କ ଓ ପଡ଼ିଆରେ ଶିଶୁ ଖେଳଣା ଉପକରଣ ତଥା ବ୍ୟାୟାମ ଉପକରଣ ସ୍ଥାପନ ନିମନ୍ତେ ପୌର ସମ୍ମିଳନୀ କକ୍ଷରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ସହ କାର୍ଯ୍ୟଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାରିପଦା ପୌରାଂଚଳ ଅନ୍ତର୍ଗତ ରିଜର୍ଭ ପୋଲିସ ପରିସର, ଛଉ ପଡ଼ିଆ, ଷ୍ଟେସନ ବଜାର ପଡ଼ିଆ, ଗୋଶାଳା ପଡ଼ିଆ, ପୂର୍ଣ୍ଣଚନ୍ଦ୍ରପୁର ପଡ଼ିଆ, ବାରିପଦା କଲେଜ ପଛପାଖ ଏବଂ ମଧୁବନ ପଡ଼ିଆ ଠାରେ ଓପନ ଜିମ ନିମନ୍ତେ ନିର୍ମାଣ କାର୍ଯ୍ୟ ଓ ଉପକରଣ ସ୍ଥାପନ ଏବଂ ସୌନ୍ଦର୍ଯ୍ୟକରଣ ତଥା ରିଜର୍ଭ ପୋଲିସ ପରିସର, ବାଳାଶ୍ରମ, ମହାରାଜପୁର, ବେଲଗଡିଆ, ମଧୁବନ, ବାଗଡିହା, ହୁଡକ କଲୋନୀ ପରିସର ରେ ପିଲାମାନଙ୍କ ଖେଳ ଉପକରଣ ପ୍ରତିଷ୍ଠା ନିମନ୍ତେ ଉକ୍ତ ୱାର୍ଡ ଗୁଡିକରେ ୧୩ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଂଟନ କରଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀମାନେ କିଭଳି ଭାବେ କାର୍ଯ୍ୟ କରିବେ ସେ ସମ୍ପର୍କରେ ତାଲିମ ଦିଆଯିବା ସହ ଦକ୍ଷତା ବୃଦ୍ଧି ନିମନ୍ତେ ଅବଶ୍ୟକ ସହାୟତା ପ୍ରଦାନ କରଯାଇଥିଲା । ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ୮୫ ଲକ୍ଷ ଟଙ୍କାର ଉପୋରକ୍ତ ଶିଶୁ ଖେଳଣା ଓ ବ୍ୟାୟମ ଉପକରଣ ବାରିପଦା ପୌରପାଳିକାକୁ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲ ପ୍ରଶାନ୍ତ ବେହେରା, ଶିବ ଶଙ୍କର ପାତ୍ର, ମହେଶ ଭଂଜଦେଓ, କରୁଣାକର ହେମ୍ବ୍ରମ, ସବିତା ପାଲ, ପୌର ଯନ୍ତ୍ରୀ ସଚ୍ଚିଦାନନ୍ଦ ଶତପଥୁ, କନିଷ୍ଠ ଯନ୍ତ୍ରୀ ଦେବାଶିଷ ସ୍ୱାଇଁ, ଅଜୟ ଦାସ, ଲମାଜିନ ସାମଲ, ମୁକ୍ତା ପ୍ରଫେସନାଲ, ମନୋରଂଜନ ବେହେରା, ପ୍ରଜେକ୍ଟ କୋଡିନେଟର ରାଜେନ୍ଦ୍ର ବେହେରା, ହିସାବ ରକ୍ଷକ ମନୋରଂଜନ ପାଣିଗ୍ରାହୀ, ଦୀପ୍ତି ମହାନ୍ତ, ଗୋଷ୍ଠୀ ସହାୟକ ନମିତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
