ଆଜିଠୁ ଖୋର୍ଦ୍ଧାରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ
ଖୋର୍ଦ୍ଧା : ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହରର ପ୍ରଭାବ କମିବାରେ ଲାଗିଛି । ଫଳରେ ରାଜ୍ୟରେ ଅନଲକ୍ ପର୍ଯ୍ୟାୟ ଜାରି ରହିଛି । ଫଳରେ ଦୀର୍ଘ ଦିନର ଅପେକ୍ଷା ପରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାରେ ଖୋଲିଛି ଧର୍ମାନୁଷ୍ଠାନ । କେବଳ ବିଏମସି ଅଞ୍ଚଳକୁ ବାଦ୍ ଦେଇ ବାକି ସମସ୍ତ ଅଞ୍ଚଳରେ ସବୁ ଧର୍ମାନୁଷ୍ଠାନ ଗୁଡିକ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ।
କରୋନା କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଗୁଡିକ ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସ୍ଥିତି ଦେଖି ମନ୍ଦିର ଖୋଲିବା ନେଇ ବିଏମସି ନିଷ୍ପତି ନେବ ବୋଲି ଜଣା ପଡିଛି ।
