୧.୩୨ କେଜି ବାଉନସୁଗର ଜବତ, ୩ ଗିରଫ
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫକୁ ପୁଣି ଏକ ବଡ ସଫଳତା । ଖୋର୍ଦ୍ଧା ଜିଲାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟରେ ଏସଟିଏଫ ଚଢଉ କରି ୧.୩୨ କେଜି ବ୍ରାଉନସୁଗାର ଜବତ ସହ କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗୁରୁବାର ସନ୍ଧ୍ୟାରେ ଏହି ବ୍ରାଉନସୁଗାର ଜବତ ହୋଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସେହିପରି ଗତ୧୦ ବର୍ଷ ଭିତରେ ଯେତିକି ବ୍ରାଉନସୁଗାର ଜବତ ହୋଇଥିଲା, କେବଳ ୨୦୨୦ରେ ସେତିକି ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି। ତେବେ ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆସୁଛି, ସେନେଇ କ୍ରାଇମବ୍ରାଞ୍ଚ ଏସଟିଏଫ ଖୋଳତାଡ଼ କରୁଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ପୋଲିସ ପକ୍ଷରୁ ଏନଡିପିଏସ ଆଇନ,୧୯୮୫ର ଧାରା ୨୧(ସି)/୨୯ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।
ସୂଚନା ଯେ, ୨୦୨୦ ପରଠାରୁ ଏସଟିଏଫ ନିଶାଦ୍ରବ୍ୟ କାରବାର ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଜାରି ରଖି ଏପର୍ଯ୍ୟନ୍ତ ମୋଟ ୩୬ କିଲୋଗ୍ରାମ ବ୍ରାଉନସୁଗର / ହେରୋଇନ ଏବଂ ୭୪ କ୍ୱିଣ୍ଟାଲ ୩୮ କିଲୋଗ୍ରାମ ଗଞ୍ଜେଇ ଜବତ କରିସାରିଛି। ଏହି ଘଟଣାରେ ୧୦୦ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ବିଗତ କିଛି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ବ୍ରାଉନସୁଗର ଏବଂ ଗଞ୍ଜେଇ ଜବତ ହେବା ଘଟଣା ରାଜ୍ୟ ସରକାର ଏବଂ ପୋଲିସର ଚିନ୍ତା ବଢାଇ ଦେଇଛି।
