ଆଜି ଦିନ ୧ଟାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି
ଭୁବନେଶ୍ୱର: ଆଜି ପୁରୁଷ ହକି ବିଶ୍ୱକପ୍ର ଉଦ୍ଘାଟନୀ ସମାରୋହ। ଏଥିପାଇଁ କଟକର ବାରବାଟୀ ଷ୍ଟାଡିୟମରେ ଆୟଜନ ହୋଇଛି ବିଶେଷ କାର୍ଯ୍ୟକ୍ରମ। ଉଦଘାଟନୀ ସମାରୋହ ପାଇଁ ବୁଧବାର ଅପରାହ୍ନ ୧ଟାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ହକି ବିଶ୍ୱକପ୍ର ଉଦଘାଟନୀ ସମାରୋହରେ ଛାତ୍ରଛାତ୍ରୀଙ୍କୁ ସାମିଲ୍ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତି ଗ୍ରହଣ କରିଛି । ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।
ବିଭାଗ ଦର୍ଶାଇଛି ଯେ, ପୁରୁଷ ହକି ବିଶ୍ୱକପ୍ ୨୦୨୩ ଆମ ରାଜ୍ୟର କଟକ ସହରର ବାରବାଟୀ ଷ୍ଟାଡିୟମ୍ ଠାରେ ବୁଧବାର ଉଦ୍ଘାଟିତ ହେବ । ଉଦ୍ଘାଟନୀ ଉତ୍ସବରେ ରାଜ୍ୟର କଳା, ସଂସ୍କୃତି, ଐତହ୍ୟ ତଥା ପରଶ୍ଛରଙ୍କ ଉପରେ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ । ଏହାର ସିଧା ପ୍ରସାରଣ ଦୂରଦର୍ଶନରେ କରାଯିବ । ଏଣୁ ରାଜ୍ୟ ସରକାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ଛୁଟି ରହିବ ବୋଲି ବିଭାଗ କହିଛି ।
