ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଯାଇ ସଦାନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଲେ ଜିଲ୍ଲାପାଳ ନୂତନ ଡାଇଲିସିସ ମେସିନ ଓ ନବନିର୍ମିତ ଶୌଚାଳୟ ର ଉଦଘାଟନ
ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଯାଇ ଆଗଲପୁର ପଂଚାୟତ ବାଳକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ସଦାନନ୍ଦ ମେହେର ଙ୍କ ପିତା ମାତା ଙ୍କ ସହ ଆଇ.ସି.ୟୁ .ରେ ଚିକିତ୍ସାଧୀନ ସଦାନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବୁଝିବା ସହ ତାଙ୍କ ଚିକିତ୍ସା ସମ୍ପର୍କରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ର ମେଡିକାଲ ଅଧିକ୍ଷକ ଡ଼ ମାନସୀ ପଣ୍ଡା ତଥା ଚିକିତ୍ସା କରୁଥିବା ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ । ଛାତ୍ର ର ଆଶୁ ଆରୋଗ୍ୟ କାମନା କରିବା ସହ ଆବଶ୍ୟକୀୟ ମେଡିକାଲ ସହାୟତା ସରକାରଙ୍କ ତରଫରୁ ଯୋଗାଇଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରୀ ରାଣା ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ କରିବା ସହ ମେଡିକାଲ ଠାରେ ଏକ ନୂତନ ଡ୍ୟାଲେସିସ ମେସିନ ର ଉଦଘାଟନ କରିଥିଲେ । କର୍ତବ୍ୟ ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଏହି ନୂତନ ଡ୍ୟାଲେସିସ ମେସିନ ଯୋଗାଇଦିଆଯାଇଛି । ଆଗରୁ ଡ୍ୟାଲେସିସ ବେଡ ସଂଖ୍ୟା ୧୦ ଥିଲା ବର୍ତମାନ ଏହା ୧୧ କୁ ବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ଏହାକୁ ଆହୁରି ବୃଦ୍ଧି କରାଯିବା ପାଇଁ କରାଯିବ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ସହ ଡ୍ୟାଲେସିସ ରୋଗୀ ମାନେ ଯେପରି ଉପଯୁକ୍ତ ସେବା ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏତଦବ୍ୟତୀତ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଥିବା ଏମ.ସି.ଏଚ. କୋଠା ରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପାଣ୍ଠି ଜରିଆରେ ନବନିର୍ମିତ ଶୌଚାଳୟ କୁ ଜିଲ୍ଲାପାଳ ଉଦଘାଟନ କରିଥିଲେ । ଏମ.ସି.ଏଚ ର ଓପିଡି କୁ ଆସୁଥିବା ମାଁ ମାନଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏହି ଶୌଚାଳୟ ନିର୍ମାଣ କରାଯାଇଛି । ଆଜିର ଏହି କାର୍ଯକ୍ରମରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ର ମେଡିକାଲ ଅଧିକ୍ଷକ ଡ଼ ମାନସୀ ପଣ୍ଡା, ଅତିରିକ୍ତ ମେଡିକାଲ ଅଧିକ୍ଷକ ଡ଼ ପ୍ରଭାତ କୁମାର ରଥ , ଭୀମ ଭୋଇ ମେଡିକାଲ କଲେଜ ର ପ୍ରଶାସନିକ ଅଧିକାରୀ ଜୟଶ୍ରୀ ପାଢୀ ,ହସ୍ପିଟାଲ ମେନେଜର ପ୍ରତୁଷ ପଟ୍ଟନାୟକ ଓ ସୁଦୀପ ଦତ ପ୍ରମୁଖ ଉପସ୍ଥିତ ଥିଲେ ।
