ବଙ୍ଗୋମୁଣ୍ଡା ସାନବାଙ୍କିରୁ ୧୨ ଟି କେନ୍ଦୁ ଗଣ୍ଡି ଜବତ
ବଲାଙ୍ଗିର : ଗତକାଲି ସନ୍ଧ୍ୟାରେ ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ସାନବାଙ୍କି ଗ୍ରାମରୁ ବନ ବିଭାଗ କର୍ମଚାରୀ ମାନେ ୧୨ଟି କେନ୍ଦୁ ଗଣ୍ଡି ଜବତ କରିଥିବା ବେଳେ ଏ ସମ୍ପର୍କରେ କାହାରିକୁ ଗିରଫ କରି ପାରିନାହାନ୍ତି । ଏହି ଚଢଉରେ ଡ଼େପୁଟି ରେଞ୍ଜର ଜନାର୍ଦନ ଠାକୁର, ଫରେଷ୍ଟର ଚିତରଞ୍ଜନଙ୍କ ଖମାରି, ସତ୍ୟନାରାୟଣ ମାଝୀ ଓ ବଙ୍ଗୋମୁଣ୍ଡା ରେଞ୍ଜର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ । ଜବତ ସାମଗ୍ରୀକୁ ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଥିଲା ।
