ବିଜ୍ଞାନର ଅଗ୍ରଗତି ସମାଜର ଉନ୍ନତି ଯାଜପୁର ଜିଲା ମାଧ୍ୟମିକ ବିଜ୍ଞାନ ଶିକ୍ଷକ ସଂଘ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ
ଯାଜପୁର : ଦେଶର ପ୍ରଖ୍ୟାତ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ ୧୯୨୮ ଫେବୃୟାରୀ ୨୮ତାରିଖ ଦିନ ବିଜ୍ଞାନର ଏକ ଗୁୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ଆବିଷ୍କାର କରିଥିଲେ । ଏହି ଆବିଷ୍କାରକୁ ତାଙ୍କ ନାମ ଅନୁସାରେ ରମଣ ପ୍ରଭାବ କୁହାଯାଉଛି । ତାଙ୍କ ସମ୍ମାନରେ ଫେବୃୟାରୀ ୨୮ତାରିଖକୁ ଆମ ଦେଶରେ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଇ ଆସୁଅଛି । ଯାଜପୁର ଜିଲାରେ ଜିଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ୨୦୧୫ ମସିହାରୁ ପାଳନ କରାଯାଉଛି । ଏହି ଅବସରରେ ସ୍ଥାନୀୟ ଗୈାତ୍ତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ମଙ୍ଗଳବାର ଦିନ ଯାଜପୁର ଜିଲା ମାଧ୍ୟମିକ ବିଜ୍ଞାନ ଶିକ୍ଷକ ସଂଘ ପକ୍ଷରୁ ଚତୁର୍ଥ ବାର୍ଷୀକ ଜାତିୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଛି । ମୁଖ୍ରଅତିଥି ଓ ଉଦ୍ଘାଟକ ଭାବେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଯୋଗ ଦେଇ ବିଜ୍ଞାନର ଅଗ୍ରଗତି ଉପରେ ଆଲୋକପାତ କରିବା ସହିତ ଏହା ସମାଜର ଉନ୍ନତି ପଥରେ ନେବା ପାଇଁ ଆହ୍ୱାନ ଦେଇଥିଲେ । ଭାରତ ପ୍ରଦେଶ ହେଉଛି ଶାନ୍ତିର ଦେଶ ଓ ଆଧ୍ୟାତ୍ମିକ ବାଦର ଦେଶ । ବିଜ୍ଞାନରେ ସମସ୍ତ ଦେଶ ଅଗ୍ରଗତି କାରୁଥିବା ବେଳେ ଭାରତ ବର୍ଷରେ ଆଧ୍ୟାତ୍ମିକ ବାଦ ଓ ବୈଜ୍ଞାନିକ ଚିନ୍ତାଧାରା ଉଭୟ ଅଗ୍ରଗତି ଘଟୁଥିବା ସୂଚନା ଦେଇଥିଲେ । ସମସ୍ତଙ୍କ ମଧ୍ୟରେ ଦିବ୍ୟଶକ୍ତି ଓ ଭଗବତ ଶକ୍ତି ରହିଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମଧ୍ୟ ଏହି ଦିବ୍ୟଶକ୍ତି ରହିଥିବା ବେଳେ ଶିିକ୍ଷକମାନେ ସକାରାତ୍ମକ ବୈଜ୍ଞାନିକ ଚିନ୍ତାଧାରାରେ ଛାତ୍ରଛାତ୍ରୀ ମାନେ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ । ବିଜ୍ଞାନର ଅବଦାନ ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଉପରେ ରହିଛି । ବିଜ୍ଞାନ ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରାଇ ରୋଲ ମଡ଼େଲ ପ୍ରସ୍ତୁତ କରିବା ପାଇଁ ଆଗଭର ହେବା ପାଇଁ ପରାମର୍ଶ ଦେଇଥିଲେ । ସଂଘର ସଭାପତି ମାଗୁଣୀ ଚରଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନର ପ୍ରାଧ୍ୟାପକ ଡ଼ ହିମାଂଶୁ ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଜ୍ଞାନର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜିଲା ବିଜ୍ଞାନ ପରିଦର୍ଶକ ବିଷ୍ଣୁଚରଣ ପଣ୍ଡା, ଜିଲାସ୍କୁଲ ପ୍ରଧାନ ଶିକ୍ଷକ ଆଲୋକ କୁମାର ବନ୍ଧ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ କୃତିବାସ ବାରିକ ପ୍ରମୁଖ ଯୋଗ ଦେଇ ପାଠାଗାର ଓ ବିଜ୍ଞାନଗାର ପିଲାମାନଙ୍କ ପାଇଁ ଏକାନ୍ତ ଆବଶ୍ୟକ । ଛାତ୍ରଛାତ୍ରୀ ମାନେ ବୈଜ୍ଞାନିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଦିବଙ୍ଗତ ଆତ୍ମା ବିଜ୍ଞାନ ଶିକ୍ଷକ କାଳନ୍ଦି ବେହେରା ଓ ବିଶ୍ୱରଞ୍ଜନ ମଲିକଙ୍କ ପ୍ରତି ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିôଲା । ବିଜ୍ଞାର ଶିକ୍ଷକ ନିରଞ୍ଜନ ସାମଲ ସ୍ୱାଗତ ଭାଷଣ ଦେବା ସହିତ ସଭା ପରିଚାଳନା କରିଥିଲେ । ସମ୍ପାଦକ ପ୍ରତାପ କୁମାର ପହି ବିବରଣୀ ପାଠ କରିଥିଲେ । ଏହି ଅବସରରେ ୨୪ଜଣ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଙ୍କୁ ସଂଘ ପକ୍ଷରୁ ମାନପତ୍ର ଓ ଉପଢୈାକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜାତିୟସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ଜିଲାସ୍ତରୀୟ ତର୍କ ଓ କୁଇଜ୍ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
