ଏରିୟର କରାଇଦେବା ପାଇଁ ଲାଞ୍ଚ ନେଇ ଧରାପଡିଲେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ
ନୂଆପଡା : ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୂଆପଡା ଜିଲା ଖଡିଆଳ ଥାନା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ । ଏରିୟର କରାଇଦେବା ପାଇଁ ଟିଜିଟି ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡିଛନ୍ତି ପ୍ରିନ୍ସିପାଲ ।
ସୂଚନାଯୋଗ୍ୟ ଯେ, ଏରିୟର କରାଇଦେବା ପାଇଁ ଟିଜିଟି ଶିକ୍ଷକ ରାମକୃଷ୍ଣ ପ୍ରଧାନଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡିଛନ୍ତି ପ୍ରିନ୍ସିପାଲ । ସଂପୃକ୍ତ ଶିକ୍ଷକଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ପ୍ରିନ୍ସିପାଲଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଗିରଫ ଜଣଙ୍କ ଖଡିଆଳ ଥାନା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ସୁଜନ କୁମାର ସାହୁ ।
