ବାରିପଦା ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ୧୦ ଟି ଜିଲ୍ଲା କୁ ନେଇ ଜୋନାଲ ସ୍ତରୀୟ ଆଞ୍ଚଳିକ ହିତାଧିକାରୀ ଉପଦେଶ କର୍ମଶାଳା ଅନୁଷ୍ଠିତ
ବାରିପଦା : ଆଜି ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ତତ୍ୱାବଧାନ ରେ ଓଡିଶା କୃଷି ଓ କୃଷକ ଶଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ୧୦ ଗୋଟି ଜିଲ୍ଲା କୁ ନେଇ ଏକ ଆଞ୍ଚଳିକ ହିତାଧିକାରୀ ଉପଦେଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି.ମୟୁରଭଞ୍ଜ ଜିଲ୍ଲା ସମେତ କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ଓ ଜଗତସିଂହପୁର ଇତ୍ୟାଦି ସ୍ଥାନ ରୁ କୃଷକ ତଥା କୃଷିସହିତ ଅନ୍ୟାନ୍ୟ କ୍ଷେତ୍ର ରେ ଜଡିତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଙ୍କୁ ନେଇ ଏହି କର୍ମଶାଳା ଆୟୋଜିତ ହୋଇଥିଲା. ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ଆଧ୍ୟକ୍ଷକ୍ଷ ଶ୍ରୀମତୀ ଭାରତୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ସମ୍ମାନିତ ଅଥିତି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉକ୍ତ କର୍ମଶାଳା କୁ ଶୁଭ ଉଦଘାଟନ କରିଥିଲେ. ଏହି କର୍ମଶାଳା ର ମୁଖ୍ୟ ଉଦେଶ୍ୟ ହେଉଛି ଆଗାମୀ ୫ ବର୍ଷ ମଧ୍ୟରେ କୃଷି ଓ କୃଷି ସହିତ ଜଡିତ ଅନ୍ୟାନ୍ୟ କ୍ଷେତ୍ର କୁ ବ୍ୟବସ୍ଥିତ କରି ବିକାଶ ନିମନ୍ତେ ଏକ ଭବିଷ୍ୟତ ଦୃଶ୍ୟପଟ ର ପରିକଳ୍ପନା ଏବଂ ଏହାର ଲକ୍ଷ୍ୟ ହାସଲ ପାଇଁ ସମ୍ପୂର୍ଣ୍ଣ ଯତ୍ନବାନ ହେବା . ଏହା ସାମଗ୍ରିକ ଭାବେ କୃଷି, ଉଦ୍ୟାନ, ପଶୁସମ୍ପଦ , ମୃତ୍ତିକା, ଜଳ, ମତ୍ସ୍ୟ, ଜଳବାୟୁ ପରିବର୍ତନ ପରିସର ଭୁକ୍ତ. ଏତଦବ୍ୟତୀତ କୃଷିଜାତ ଦ୍ରବ୍ୟ କ୍ଲଷ୍ଟର ଉନ୍ନତି ପାଇଁ ସୁଯୋଗ ସୃଷ୍ଟି, ଖାଦ୍ୟପ୍ରକ୍ରିୟା କରଣ ଶିଳ୍ପ ର ଅଭିବୃଦ୍ଧି, ବିପଣନ ସଂଯୋଗୀକରଣ କୁ ଶକ୍ତିଶାଳୀ କରିବା, ଶସ୍ୟ ଅମଳ ପରବର୍ତୀ ଭିତ୍ତିଭୂମି କୁ ସୃଦୃଢ କରିବା,ମୃତ୍ତିକା ଓ ଜଳ ପରି ପ୍ରାକୃତିକ ସାଧନ ର ଉତ୍ତମ ପରିଚାଳନା, ବୈଷୟିକ ଜ୍ଞାନ କୌଶଳ ଉପଯୋଗ ଦ୍ୱାରା କୃଷିକ୍ଷେତ୍ରର ଯାନ୍ତ୍ରିକିକରଣ, ଶଷ୍ୟ ବିବିଧି କରଣ ଓ କୃଷି କ୍ଷେତ୍ର ପ୍ରସାରଣ, ଜଳ ବାୟୁ ପରିବର୍ତନ ହେତୁ ପ୍ରଭାବିତ ହେଉଥିବା ଚାଷ ର ମୁକାବିଲା କରିବା, ପ୍ରଶିକ୍ଷଣ ଦ୍ୱାରା ସାମର୍ଥ୍ୟ ନିର୍ମାଣ ଏବଂ ଗବେଷଣା ମାଧ୍ୟମ ରେ ବିକାଶ ଉପରେ ପ୍ରାଧାନ୍ୟ ଦେବା ହେଉଛି ଏହି ପୂର୍ବପ୍ରସ୍ତୁତି ପଂଚବାର୍ଷିକୀ ଦୃଶ୍ୟପଟ ର ଆଭିମୁଖ୍ୟ.ଏହି ଅବସରରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ବୃନ୍ଦ ଏହି କାର୍ଯ୍ୟସୂଚୀ ର ସଫଳ ରୂପାୟନ ନିମନ୍ତେ ସୁଚିନ୍ତିତ ମତାମତ ରଖି ଥିଲେ. ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଡି. ଡି. ଏମ,ନାବାର୍ଡ ଶ୍ରୀ ସ୍ମୃତି ରଞ୍ଜନ ପଟ୍ଟନାୟକ, ଲିଡ଼ ବ୍ୟାଙ୍କ ମ୍ୟାନେଜେର ଶ୍ରୀ ଶିବ ପ୍ରସାଦ ଚୌଧୁରୀ, ଭିଜିଓନେରୀ ଟିମ ର ଟିମ ଲିଡର ଶଶାଙ୍କ ସିଂହ,ଟିମ ମ୍ୟାନେଜେର ଶ୍ରୀ ଯୋଗେଶ ଶତପଥି, ଭିଜିଓନାରୀ ଟିମ ର ଅର୍ଥନୈତିଜ୍ଞ ସହୀନ ଇ ଲସ୍କର ପ୍ରମୁଖ ଯୋଗ ଦେଇଥବା ବେଳେ ୧୦ଟି ଜିଲ୍ଲା ର କୃଷି ବିଭାଗ ର ବିଭିନ୍ନ ପଦାଧିକାରୀ,୧୦ ଟି ଜିଲ୍ଲାର କୃଷି ବିକାଶ କେନ୍ଦ୍ର ର ବୈଜ୍ଞାନିକ, କୃଷି ବିଭାଗ ର କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ତଥା ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ଅଂଶ ଗ୍ରହଣ କରି ଆଲୋଚନା ରେ ଭାଗ ନେଇଥିଲେ ଏବଂ ଶେଷରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଲକ୍ଷ୍ମଣ ମୁର୍ମୁ ଧନ୍ୟବାଦ ଅର୍ପଣ କରି ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି.
