ଭୁବନେଶ୍ୱରରେ ଯୁବକଙ୍କୁ ଛୁରା ମାଡ଼ ଘଟଣା, ୨୪ ଘଣ୍ଟା ନ ପୁରୁଣୁ ୨ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ଭୁବନେଶ୍ୱର ପ୍ରେସ୍ ଛକରେ ଯୁବକଙ୍କୁ ଛୁରା ମାଡ଼ ଘଟଣା | ଘଟଣାର ୨୪ ଘଣ୍ଟା ନ ପୁରୁଣୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ସହିଦନଗର ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାମ ମିଲୁ ଓ ସତ୍ୟ ବୋଲି ଜଣାପଡିଛି । ମିଲୁର ଘର ଯାଜପୁର ହୋଇଥିବା ବେଳେ ସତ୍ୟର ଘର ଭଦ୍ରକ । ଉଭୟେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ରହୁଥିଲେ । ଗାଡକଣର କିଛି ଯୁବକଙ୍କ ସହ ତାଙ୍କ ବଚସା ହୋଇଥିଲା । ବଚସା ପରେ ମିଲୁ ଛୁରା ମାଡ କରି ଫେରାର ହୋଇଯାଇଥିଲେ। ଏହି ଘଟଣାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ଯୁବକ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମୃତ ଯୁବକ ଜଣକ ଗାଡ଼କଣ ଗାଁର ଚିଣ୍ଟୁ ବୋଲି ପରିଚୟ ମିଳିଛି।
ସୂଚନା ଯେ, କେକ୍ ଖାଇବାକୁ ନେଇ ପ୍ରଥମେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ସେହି ସମୟରେ ଗୋଟିଏ ଗୋଷ୍ଠୀ ବିରୋଧୀ ଗୋଷ୍ଠୀର ଦୁଇଜଣଙ୍କୁ ଛୁରା ମାଡ଼ କରି ଫେରାର୍ ହୋଇଯାଇଛି। ଆକ୍ରମଣକାରୀମାନେ ନୟାପଲ୍ଲୀ ଅଞ୍ଚଳର ବୋଲି ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡ ଘଟାଇଥିବା ଗୋଷ୍ଠୀର ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଦାବି କରି ଶନିବାର ଲୋକେ ପ୍ରେସ ଛକ ରାସ୍ତାକୁ ଅବରୋଧ କରିଥିଲେ। ପ୍ରେସ ଛକରେ ଯୁବକଙ୍କୁ ଛୁରାମାଡ ଘଟଣାରେ ରବିବାର ୨ ଅଭିଯୁକ୍ତଙ୍କୁ ସହିଦନଗର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୌମ୍ୟରଂଜନ ବେହେରା ଓରଫ ମିଲୁ ଓ ସତ୍ୟ ପ୍ରକାଶ ପାଣ୍ଡବ ଓରଫ ସତ୍ଯ। ମିଲୁର ଘର ଯାଜପୁର ହୋଇଥିବା ବେଳେ ସତ୍ୟର ଘର ଭଦ୍ରକ। ଉଭୟ ଅଭିଯୁକ୍ତ ମିଲୁ ଓ ସତ୍ୟ, ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ଭଡା ଘରେ ରହୁଥିଲେ। ଶନିବାର ସେମାନେ କେଟିଏମ୍ ସୋରୁମରେ କାମ କରୁଥିବା ସାଙ୍ଗ ପାଖକୁ ଆସିଥିଲେ। ସେଠାରେ ଗାଡକଣର କିଛି ଯୁବକଙ୍କ ସହ ତାଙ୍କ ବଚସା ହୋଇଥିଲା। ବଚସା ପରେ ମିଲୁ ଛୁରା ମାଡ କରି ଫେରାର ହୋଇଯାଇଥିଲେ।
